ରାଜ୍ୟ
ଯାଜପୁର ପୌରପାଳିକାରେ ଖୋଲାମେଲାରେ ପଡିଛି ଡ୍ରେନ୍, ରାସ୍ତାରେ ବହୁଛି ଡ୍ରେନ୍ ପାଣି ।


ସତ୍ୟଶିଖା ( ଭୁବନେଶ୍ୱର ) ୨୭ /୦୯ /୨୦୨୧: ଯାଜପୁର ପୌରପାଳିକା ସର୍ବ ପୁରାତନ ପୌରପାଳିକା ଭାବେ ଦେଢ଼ଶହ ବର୍ଷ ପୂର୍ତି ଉତ୍ସବ ପାଳନ କରି ଏକ ନମ୍ବର ପୌରପାଳିକା ବୋଲି ଦେଖାଇସାରିଛି । କିନ୍ତୁ ବିପର୍ଯ୍ୟସ୍ତ ହୋଇପଡିଛି ସେଇ ପୁରାତନ ପୌରପାଳିକାର ଡ୍ରେନେଜ୍ ବ୍ୟବସ୍ଥା । ଡ୍ରେନରେ ଭାସି ଯାଇ ଭୁବନେଶ୍ୱରର ଛାତ୍ର ଜ୍ୟୋତିପ୍ରକାଶଙ୍କ ଜୀବନ ଯିବା ପରେ ଅନେକ ରାଜନୀତି ହୋଇଛି ।
୧୮ଟି ୱାର୍ଡ ବିଶିଷ୍ଟ ଯାଜପୁର ପୌରପାଳିକାରେ ଖୋଲାମେଲା ହୋଇ ପଡିଛି ଡ୍ରେନ୍ । କେଉଁଠି ଡ୍ରେନ ଅଛି, କେଉଁଠି ନାହିଁ । ଅନେକ ସ୍ଥାନରେ ଡ୍ରେନ ପାଣି ରାସ୍ତା ଉପରେ ବହୁଛି । ବର୍ଷା ହେଲେ ପୌରାପାଳିକାରେ ଘରୁ ବାହାରିବା ମୁସ୍କିଲ୍ । ତେବେ ଜିଲ୍ଲାପାଳ କହିଛନ୍ତି ବର୍ଷା ପାଣି ନଜମିବା ପାଇଁ ପୌରାପାଳିକା ପକ୍ଷରୁ ଉଦ୍ୟମ ଜାରି ରହିଛି ।