ଜୀବନମନ୍ତ୍ରଦେଶନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ଭାରତରେ କମୁଛି କରୋନା ସଂକ୍ରମଣ

ସତ୍ୟଶିଖା (ନୂଆଦିଲ୍ଲୀ) ୩/୧୧/୨୦୨୦ : ହ୍ରାସ ପାଉଛି କରୋନା ଗ୍ରାଫ । ଦୈନିକ ସଂକ୍ରମଣରେ ବଡଧରଣ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଭାରତରେ କରୋନା ବିରୋଧୀ ଲଢେଇ ଦ୍ୱାରା ଏହା ସମ୍ଭବ ହୋଇଛି ବୋଲି ଅନୁମାନ କରିପାରିବା । ସୋମବାର ତୁଳନାରେ ମଙ୍ଗଳବାର ଦିନ ସଂକ୍ରମିତଙ୍କ ସଂଖ୍ୟାରେ ଆହୁରି କମ ଆସିଛି । ସୋମବାର ଦିନ ୫୪,୨୩୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮,୩୧୦ଜଣ ଚିହ୍ନଟ ହୋଇଛନ୍ତି । ଭାରତରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୬ଲକ୍ଷ ପାର୍‌ ହୋଇସାରିଛି ।କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ କରୋନାର ୩୮୩୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୦ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୨,୬୭,୬୨୩ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୭୬,୦୩,୧୨୧ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୫୮,୩୨୩ଜଣ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ତଳେ ରହିଛି । ମୋଟ ଆକ୍ଟିଭ୍‌ କେସ ୫,୪୧,୪୦୫ରହିଥିବା ବେଳେ ଗତ ୨୪ଘଣ୍ଟାରେ ଏହି ସଂଖ୍ୟା ୨୦,୫୦୩କମ୍‌ ଆସିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧,୨୩,୦୯୭ ଜଣ କରୋନାରେ ମୃତ୍ୟୁ ହୋଇସାରିଛି ।

Show More
Back to top button