

ସତ୍ୟଶିଖା( ନୂଆଦିଲ୍ଲୀ )୧୦.୦୯ . ୨୦୨୨: ଚିକାଗୋ ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହେବ ୟାମି ଗୌତମଙ୍କ ଅପ୍କମିଙ୍ଗ ଫିଲ୍ମ ‘ଲଷ୍ଟ୍’ । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଫିଲ୍ମର ୱାର୍ଲଡ ପ୍ରିମିୟର୍ ହେବ । ଏ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ୟାମି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ ସେ ଘୋଷଣା କରିଛନ୍ତି । ଆସନ୍ତା ୨୩ ତାରିଖରେ ୧୩ତମ ଚିକାଗୋ ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍ରେ ତାଙ୍କ ଫିଲ୍ମ ‘ଲଷ୍ଟ୍’ ପ୍ରଦର୍ଶିତ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ ରୟ ଚୌଧୁରୀ । ଏକ ଉଚ୍ଚତର ଅନୁସନ୍ଧାନକୁ ଏହା ଉପସ୍ଥାପନ କରିଛି ।
ସହାନୁଭୂତି ଓ ଅଖଣ୍ଡତାର ହଜିଯାଇଥିବା ମୂଲ୍ୟବୋଧଗୁଡ଼ିକର ସନ୍ଧାନ ଉପରେ ଫିଲ୍ମଟି ପର୍ଯ୍ୟବସିତ । ୟାମିଙ୍କ କ୍ୟାରିଅର୍ ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଅଛି । ନିକଟରେ ମୁକ୍ତିପ୍ରାପ୍ତ ତାଙ୍କର ସମସ୍ତ ପ୍ରୋଜେକ୍ଟ ସଫଳ ହୋଇଛି । ତାଙ୍କ ଭୂମିକାକୁ ମଧ୍ୟ ଦର୍ଶକୀୟ ଆଦୃତି ମିଳୁଛି । ୟାମି ଏବେ ଏକାଧିକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ତାଙ୍କ ଅପ୍କମିଙ୍ଗ ଫିଲ୍ମରେ ଅଛି ‘ଓଏମ୍ଜି[1]୨’ । ଆଉ ଦୁଇଟି ପ୍ରୋଜେକ୍ଟରେ ମଧ୍ୟ ସେ କାମ କରୁଛନ୍ତି । ତେବେ ଏ ନେଇ ଆନୁଷ୍ଠାନିକ ରୂପେ ଘୋଷଣା ହୋଇନାହିଁ । କିନ୍ତୁ ଖୁବ୍ଶୀଘ୍ର ଏହାର ଖୁଲାସା ହେବ ।