

ସତ୍ୟଶିଖା (ଭୁବନେଶ୍ୱର) ୧୮.୦୩.୨୦୨୨: ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ତୃତୀୟ ଥର ପାଇଁ ମା ହେଲା ସିଂହ ବିଜଲୀ । ଶୁକ୍ରବାର ଭୋର ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପୂର୍ବରୁ ଦୁଇ ଥରରେ ୪ଟି ଶାବକ ଜନ୍ମ ଦେଇଥିଲା ।
ସେମାନଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ହୋଇସାରିଥିବା ବେଳେ ୨ଟି ଶାବକ ଜୀବିତ ଅଛନ୍ତି । ଏବେ ଏହି ନୂତନ ଶାବକକୁ ବିଜଲୀ କିପରି ଯତ୍ନ ନେଉଛି ତାର ଗତିବିଧି ଉପରେ ସିସିଟିଭି ମାଧ୍ୟମରେ କର୍ତ୍ତୃପକ୍ଷଙ୍କ ନଜର ରହିଛି ।
ବିଜଲୀ ପ୍ରଥମେ ୨୦୧୯ ଦ୍ୱିତୀୟ ଥର, ୨୦୨୧ ମସିହାରେ ଦୁଇ ଥର ଶାବକ ଜନ୍ମ ଦେଇଥିଲା । ଏବେ ଏହା ତୃତୀୟ ଥର ଗର୍ଭଧାରଣ କରିଥିଲା । ତେବେ ଏବେ ଜନ୍ମ ହୋଇଥିବା ଛୁଆ ଓ ମା ସମସ୍ତେ ସୁସ୍ଥ ଥିବା ବେଳେ ଏମାନଙ୍କର ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।