ନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ଦ୍ଵିତୀୟ ସ୍ଥାନରେ କରୋନା ଟେଷ୍ଟରେ ଓଡ଼ିଶା l

ସତ୍ୟଶିଖା ୨୧ . ୦୮.୨୦୨୦ : କରୋନା ଟେଷ୍ଟରେ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି ଓଡ଼ିଶା । ପ୍ରତି ୧୦ ଲକ୍ଷରେ ନମୂନା ପରୀକ୍ଷାରେ ଗୋଆ ପ୍ରଥମ ସ୍ଥାନରେ ଥିବା ବେଳେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ଏକ ନିୟୁତରେ ଓଡ଼ିଶା ୧୨୬୫ ଜଣଙ୍କ ଟେଷ୍ଟ କରୁଥିବା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଓଡ଼ିଶାରେ ଏବେ ଦୈନିକ ହାରାହାରି ୫୦ ହଜାର ଟେଷ୍ଟ କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି ।

ଦୈନିକ କରୋନା ପରୀକ୍ଷାରେ ସାରା ଦେଶରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ଜାତୀୟ ହାରଠୁ ଓଡିଶାରେ ଅଧିକ ନମୂନା ପରୀକ୍ଷା ହୋଇଛି । ବଡ ବଡ଼ ରାଜ୍ୟ ତୁଳନାରେ ଓଡିଶା ଆଗରେ ରହିଛି । ନମୂନା ପରୀକ୍ଷାରେ ଅନ୍ୟ ରାଜ୍ୟ ପାଇଁ ଓଡିଶା ରୋଲ ମଡେଲ ପାଲଟିଛି ।

Show More
Back to top button