ଟିଭି

ବାହା ହେଲେ ସମୀକ୍ଷା, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ବାପାମା’

ମୁମ୍ବାଇ: ଅନେକ ପଞ୍ଜାବୀ, ତାମିଲ ଓ ତେଲୁଗୁ ଫିଲ୍ମ ସହିତ ‘ପୋରସ୍’ ଓ ‘ଜାରା’ ଆଦି ଧାରାବାହିକରେ ଅଭିନୟ କରିଥିବା ସମୀକ୍ଷା ସିଂହ ତାଙ୍କ ବୟଫ୍ରେଣ୍ଡ ଶେଲ୍ ଓସ୍ୱାଲଙ୍କୁ ଜୁଲାଇ ୩ ତାରିଖରେ ସିଙ୍ଗାପୁରରେ ବାହା ହୋଇଛନ୍ତି। ସେଠାରେ ଏକ ଗୁରୁଦ୍ୱାରରେ ଏହି ବାହାଘର ହୋଇଥିଲା। ତାଙ୍କ ସ୍ୱାମୀ ସିଙ୍ଗାପୁରର ଜଣେ ଶିଳ୍ପପତି । ସେ ଗୀତ ମଧ୍ୟ ଗାଆନ୍ତି।

କରୋନା ଯୋଗୁ ଏହି ବାହାଘରରେ ସମୀକ୍ଷାଙ୍କ ବାପାମା’ ସାମିଲ ହୋଇପାରି ନଥିଲେ। ସେମାନେ ଅନ୍‌ଲାଇନ୍‌ରେ ରହି ସମୀକ୍ଷା ଓ ତାଙ୍କ ସ୍ୱାମୀଙ୍କୁ ଆଶୀର୍ବାଦ ଦେଇଥିଲେ। କରୋନା ଯୋଗୁ ଏହି ବିବାହ ଜାକଜମକରେ ହୋଇ ନଥିଲା।

ଆହୁରି ପଢ଼ନ୍ତୁ

ସମୀକ୍ଷା କହିଛନ୍ତି ଯେ ଜୁଲାଇ ୩ ହେଉଛି ତାଙ୍କ ଶ୍ୱଶୁରଙ୍କ ଜନ୍ମଦିନ। ତେଣୁ ଏହି ଦିନକୁ ବିବାହ ପାଇଁ ବଛା ଯାଇଥିଲା।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button