ରାଜ୍ୟ

‘୪୫ ଲକ୍ଷ ଲୋକଙ୍କୁ ପ୍ରଭାବିତ କଲା ଅମ୍ଫାନ’

ଭୁବନେଶ୍ୱର (ସତ୍ୟଶିଖା): ବାତ୍ୟା ‘ଅମ୍ଫାନ’ ଯୋଗୁ ରାଜ୍ୟର ୮୯ଟି ବ୍ଲକ୍ ପ୍ରଭାବିତ ହୋଇଛି। ୧୫୦୦ ଗ୍ରାମପଞ୍ଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବାତ୍ୟା ‘ଅମ୍ଫାନ’ ସମୟରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କ୍ୟାବିନେଟ ସଚିବ ରାଜୀବ ଗୌହାଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଆହୁରି ପଢ଼ନ୍ତୁ

ସେ କହିଛନ୍ତି ଯେ, ବାତ୍ୟା ‘ଅମ୍ଫାନ’ରେ ରାଜ୍ୟର ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ଏଥିସହ ୨୧୦ଟି ମେଡିକାଲ ଟିମ୍ ଓ ୭୫ ପଶୁ ଡାକ୍ତରୀ ଟିମ୍‌କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ଗମନାଗମନ ଆଜି ସୁଦ୍ଧା ସ୍ୱାଭାବିକ ହୋଇଯିବ। ସେସୁ ଅଞ୍ଚଳରେ ଦିନେ କିମ୍ବା ଦୁଇ ଦିନରେ ବିଜୁଳି ପୁନସଂଯୋଗ କରାଯିବ। ଏହାସହ ଆଜି ସନ୍ଧ୍ୟା ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ୍ ସଂଯୋଗ ଦିଆଯିବ।

ଅମ୍ଫାନ ବାତ୍ୟା ପରେ କ୍ଷୟକ୍ଷତି ଓ ସ୍ଥିତି ବାବଦରେ ଆଜି କ୍ୟାବିନେଟ ସଚିବ ରାଜୀବ ଗୌହାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ସମୟରେ କୃଷି ସଚିବ, ପଞ୍ଚାୟତିରାଜ, ଶକ୍ତି ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

[ad_2]
Show More
Back to top button