ଜୀବନମନ୍ତ୍ରବାସ୍ତୁଶାସ୍ତ୍ର

ଭୋଜନର ୫ଟି ନିୟମ ; ପାଳନ କଲେ ହେବେ ଲାଭବାନ୍‌

ସତ୍ୟଶିଖା( ଭୁବନେଶ୍ୱର )୦୮.୧୧.୨୦୨୨:  କଥାରେ ଅଛି ମନୁଷ୍ୟ ନିଜ ଜୀବନରେ ଶାନ୍ତିରେ ଦୁଇ ବକ୍ତ ଖାଦ୍ୟ ଖାଇବା ପାଇଁ ସକାଳୁ ରାତି ଯାଏଁ ପରିଶ୍ରମ କରିଥାଏ । ମାତ୍ର ଅନେକ ସମୟରେ କର୍ମବ୍ୟସ୍ତତା ମଧ୍ୟରେ ହେଉ ଅଥବା ଜାଣତରେ ଅଜାଣତରେ ଏଭଳି କିଛି ଭୁଲ ହୋଇଯାଏ, ଯାହାର କୁପ୍ରଭାବ ଜୀବନ ଉପରେ ପଡିଥାଏ । ଧାର୍ମିକ ଶାସ୍ତ୍ରରେ ଏଭଳି କେତେକ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାର ପାଳନ କରିବା ଦ୍ୱାରା ଶୁଭଫଳ ମିଳିଥାଏ । ସେଗୁଡିକର ଅବମାନନା କରିବା ଦ୍ୱାରା ଜୀବନରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ଯେପରି ଗୁରୁବାରରେ ନଖ ଓ କେଶ ନକାଟିବା, ମଙ୍ଗଳବାର ଓ ଶନିବାର ନଖ ନକାଟିବା,ସନ୍ଧ୍ୟା ସମୟରେ ନ ଶୋଇବା ଆଦି । ଏଭଳି ହିଁ ଭୋଜନ ସମୟରେ ମଧ୍ୟ କେତେକ ନିୟମ ପାଳନ କରିବା ନେଇ ଶାସ୍ତ୍ରରେ ମାନ୍ୟତା ରହିଛି । ଜାଣନ୍ତୁ..
ଶାସ୍ତ୍ର ଅନୁଯାୟୀ ଯେଉଁ ସମୟରେ ଭୋଜନ କରୁଛନ୍ତି, ଭୋଜନ ଥାଳି ରଖାହେବା ମାତ୍ରେ ଭୋଜନ ମନ୍ତ୍ର ଉଚ୍ଚାରଣ କରନ୍ତୁ । ନଚେତ୍‌ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରି ଭୋଜନ କରନ୍ତୁ । ପ୍ରଣାମ କରନ୍ତୁ । ଏଭଳି କରିବା ଦ୍ୱାରା ଖାଦ୍ୟ ସେବନ ପରେ ଏହା ମାନସିକ ଓ ଶାରୀରିକ ଭାବେ ଶାନ୍ତି ପ୍ରଦାନ କରିଥାଏ । ଶରୀରକୁ ସୁସ୍ଥ ରଖିଥାଏ ।
ସର୍ବଦା ଭୂମିରେ ଆସନ ପକାଇ ଭୋଜନ କରିବା ଉଚିତ । ଏହାଦ୍ୱାରା ପୃଥିବୀର ସକରାତ୍ମକ ତରଙ୍ଗ ପାଦ ମାଧ୍ୟମରେ ଆମ ଶରୀରରେ ପ୍ରବେଶ କରିଥାଏ । ଭୋଜନ କରିବା ସମୟରେ ମନୁଷ୍ୟ ସକରାତ୍ମକ ରହିଥାଏ ଫଳରେ ଶରୀର ଉପରେ ମଧ୍ୟ ଏହାର ଉତ୍ତମ ପ୍ରଭାବ ପଡିଥାଏ ।
ଶାସ୍ତ୍ର ଅନୁଯାୟୀ, ଭୋଜନ ଥାଳିରେ କଦାପି ଏକାସହ ୩ଟି ରୁଟି ରଖି ଖାଆନ୍ତୁ ନାହିଁ । ଏକାସହ ୩ଟି ରୁଟି ମଧ୍ୟ ପରଷନ୍ତୁ ନାହିଁ । କୌଣସି ଶୁଭ କାର୍ଯ୍ୟରେ ୩ ଅଙ୍କ ବିଶିଷ୍ଟ ଜିନିଷ ବାରଣ କରାଯାଇଥାଏ । ଭୋଜନ ମଧ୍ୟ ଶୁଭ। ତେଣୁ ଏକାସହ ୩ ସଂଖ୍ୟାରେ ପରଷା ଯିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ ।
ଶାସ୍ତ୍ର ଅନୁଯାୟୀ, ଆବଶ୍ୟକତା ଅନୁସାରେ ହିଁ ଥାଳିରେ ଭୋଜନ ନିଅନ୍ତୁ । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ । ଅଧିକ ଭୋଜନ ନେଇ ଥାଳିରେ ଏହାକୁ ନଷ୍ଟ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଭୋଜନର ମଧ୍ୟ ଅସମ୍ମାନ ହୋଇଥାଏ ।
ଖାଦ୍ୟ ଖାଇବା ପରେ ଭୋଜନ ଥାଳିରେ କଦାପି ହାତ ଧୁଅନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଯିବା ସହ ଅଭାବ ଓ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ ।

Show More
Back to top button