ନ୍ୟୁଜ୍ରାଜନୀତିରାଜ୍ୟସ୍ପେଶାଲ୍ ରିପୋର୍ଟ

ସିଲ୍ ହେଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ, ସେପଟେ ଡିସିପି ଅଫିସ୍‌ରେ ଫେରାଦ ହେଲେ କୋଭିଡ୍ ଯୋଦ୍ଧା l

ସତ୍ୟଶିଖା (ଭୁବନେଶ୍ୱର) ୧୦.୧୦.୨୦୨୦ : ସିଲ୍ ହେଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । କାର୍ଯ୍ୟାଳୟରେ ଜନ୍ମଦିନ ପାଳନ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା ।ସେପଟେ ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ହୋଇଛି । ଡିସିପି ଅଫିସରେ ଫେରାଦ ହୋଇଛନ୍ତି କୋଭିଡ୍‌ ଯୋଦ୍ଧା । ମେଡିକାଲ ଷ୍ଟାଫ୍‌, ସଫେଇ କର୍ମଚାରୀ, ଆଶା କର୍ମୀ ଓ କୋଭିଡ୍‌ ସଚେତକମାନେ ଫେରାଦ ହୋଇଛନ୍ତି । ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛି । ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ ଅଭିଯୋଗ ଆଣିଥିଲେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର । ନିଜ ଜନ୍ମଦିନ ପାଳନ ସମୟରେ ସାଂସଦ କୋଭିଡ୍ କଟକଣାକୁ ମାନି ନାହାଁନ୍ତି । ଉତ୍ସବରେ ସାମିଲ ଅନେକ ମଧ୍ୟ କୋଭିଡ ନିୟମକୁ ଏଡାଇ ଯାଇଛନ୍ତି । ଏପରିକି ସାଂସଦଙ୍କ ସହ ଥିବା ଅନେକ ମହିଳା ମଧ୍ୟ ମାସ୍କ ପିନ୍ଧିନଥିଲେ । ଦିବ୍ୟଶଙ୍କର ମିଶ୍ର ଏପରି ଅଭିଯୋଗ ରଖି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ସାଂସଦ ବାରମ୍ବାର କୋଭିଡ୍ କଟକଣାକୁ ଉଲଂଘନ କରୁଥିବା ବେଳେ ଚେତାବନୀ ପରେ ମଧ୍ୟ ଆଚରଣରେ ପରିବର୍ତ୍ତନ କରିନାହାଁନ୍ତି । ଏହି ଅଭିଯୋଗ ସହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଘଟଣାର ପ୍ରମାଣ ଲାଗି ଭିଡିଓ ମଧ୍ୟ ପଠାଇଥିଲେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର

Show More
Back to top button