

ସତ୍ୟଶିଖା (ଭୁବନେଶ୍ୱର) ୨୩/୧୧/୨୦୨୦ : ତୁ ମୋର ନୁହେଁ ତ ଆଉ କାହାର ନୁହେଁ । ମୋତେ ଯଦି ବାହା ନହେବୁ, ତେବେ ତତେ ମୁଁ ଜୀବନରୁ ମାରିଦେବି ..ନହେଲେ ନିଜେ ଆତ୍ମହତ୍ୟା କରିଦେବି । ଏହା କୌଣସି ଫିଲ୍ମର ଡାଇଲଗ ନୁହେଁ, ବରଂ ଭୁବନେଶ୍ୱର ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି । ଯାହାକି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଏପରି କଥା କହିଛି ପାଗଳ ପ୍ରେମୀ ।
ଖବର ଅନୁଯାୟୀ, ଭୁବେନଶ୍ୱର ଏଚ୍ଆଇଜି ବିଡିଓ କଲୋନୀରେ ଜଣେ ଯୁବତୀ ରହୁନ୍ତି । ତାଙ୍କୁ ସୁଦନ ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲେ । ଏପରି କି ଯୁବତୀଙ୍କ ଘର ନିକଟରେ ସବୁବେଳେ ବୁଲାବୁଲି କରୁଥାନ୍ତି । ଅନେକ ସମୟରେ ଯୁବତୀଙ୍କ ବାଟରରେ ଦେଖି ପ୍ରେମ ନିବେଦନ କରିଥାନ୍ତି । ଏପରି କି ବିଚ୍ ରାସ୍ତାର ଟଣାଓଟରା ମଧ୍ୟ କରିଥାନ୍ତି । ଲଗାତର ଭାବେ କିଛି ଦିନ ଧରି ଏପରି ଚାଲିଲା । ଯୁବତୀ ଜଣଙ୍କୁ ବିବାହ କରିବା କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଯୁବତୀଜଣଙ୍କ ମନା କରିଦେଇଥିଲେ ।
ଯୁବତୀ ଜଣଙ୍କ ମନା କରିବାକୁ ପ୍ରେମୀଜଣଙ୍କ ପାଗଳ ହୋଇଯାଇଥିଲା । ଶେଷରେ ଯୁବତୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତାଙ୍କୁ ଯଦି ଯୁବତୀ ଜଣଙ୍କ ବିବାହ ନକରନ୍ତି, ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥଇଲେ । ଶେଷରେ ଯୁବତୀଜଣଙ୍କ ଅତିଷ୍ଠ ହୋଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ରବିବାର ବିଳମ୍ବିତ ରାତିରେ ସୁଦନ ବା ସୁଦର୍ଶନ ସାହୁ(୩୫)ଙ୍କୁ ସୁନ୍ଦରପଦା ସ୍ଥିତ ଘରୁ ଉଠାଇ ନେଇଥିଲା । ଗିରଫ ପରେ ସୁଦନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ସୁଦନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।