ଖେଳ

‘ବଲ୍‌ ଟ୍ୟାମ୍ପରିଂରେ ସମ୍ପୃକ୍ତ ନଥିଲେ ଷ୍ଟିଭ୍ ସ୍ମିଥ୍’

ଲଣ୍ଡନ: ସାଧାରଣତଃ କ୍ରିକେଟକୁ ଜେଣ୍ଟଲମ୍ୟାନ୍ ଅର୍ଥାତ୍ ଭଦ୍ରଲୋକର ଖେଳ ବୋଲି କୁହାଯାଏ। କିନ୍ତୁ ଏଥିରେ ଯେତେବେଳେ କଳଙ୍କ ଲାଗେ, ତାହା ପୂରା ଦୁନିଆକୁ ଦୋହଲାଇ ଦିଏ। ଦୁଇ ବର୍ଷ ତଳେ ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଏଭଳି ଏକ ଗୁରୁତର ଅପରାଧ କରିଥିଲେ, ଯାହା ତାଙ୍କ କ୍ୟାରିୟରରେ କଳାଦାଗ ଲଗାଇ ଦେଇଛି।

୨୦୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ସିରିଜରେ ସ୍ମିଥ୍ ବଲ ଟ୍ୟାମ୍ପରିଂ ଅଭିଯୋଗରେ ବର୍ଷକ ପାଇଁ ବାସନ୍ଦ ହୋଇଥିଲେ। ସ୍ମିଥଙ୍କ ବ୍ୟତୀତ ଆଉ ଦୁଇ କ୍ରିକେଟର୍ ଯଥା ଡେଭିଡ୍ ୱାର୍ଣ୍ଣର ଓ କାମେରନ୍ ବାନକ୍ରଫ୍ଟ ମଧ୍ୟ ଏହି ଅପରାଧରେ ସାମିଲ୍‌ ଥିଲେ। ତେବେ ସ୍ମିଥଙ୍କ ଏହି ବଲ୍ ଟ୍ୟାମ୍ପରିଂ ଘଟଣାକୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ରୁ୍ୟ ଫ୍ଲିଣ୍ଟଫ୍। ଫ୍ଲିଣ୍ଟଫଙ୍କ ମତରେ, ବଲ୍ ଟ୍ୟାମ୍ପରିଂ ବିବାଦରେ କେବଳ ସ୍ମିଥ୍ ସମ୍ପୃକ୍ତ ନଥିଲେ ବରଂ ପୂରା ଅଷ୍ଟ୍ରେଲିଆ ଟିମ୍ ଅପରାଧରେ ସାମିଲ୍‌ ଥିଲେ।

ଆହୁରି ପଢ଼ନ୍ତୁ

ଫ୍ଲିଣ୍ଟଫ୍ କହିଛନ୍ତି, ମୋତେ ଲାଗୁଛି ଏହି ଘଟଣାରେ ପୂରା ଅଷ୍ଟ୍ରେଲିଆ ଟିମ୍ ସମ୍ପୃକ୍ତ ଥିଲେ। ଜଣେ ବୋଲର ଭାବେ ମୋତେ ଯଦି ବୋଲିଂ କରିବାକୁ ବଲ୍ ଦିଅନ୍ତି ଏବଂ ଏଥିରେ ଯଦି ଟ୍ୟାମ୍ପରିଂ ହୋଇଥିବ, ତାହେଲେ ସର୍ବପ୍ରଥମେ ମୁଁ ଏହି କଥା ଜାଣିପାରିବି। ମୋ ମତରେ, ସ୍ମିଥ୍ ଜାଣିଶୁଣି ସବୁ ଦୋଷ ନିଜ ଉପରକୁ ନେଇଥିଲେ।

ଫ୍ଲିଣ୍ଟଫ୍ ଆହୁରି କହିଛନ୍ତି, ବଲ୍ ଟ୍ୟାମ୍ପରିଂ ତ ବହୁ ଆଗରୁ ହୋଇଆସୁଛି। ଆମ ଉପରେ ମଧ୍ୟ ଭଲ ଉପରେ ଜେଲି ଲଗାଇବାର ଅଭିଯୋଗ ଲାଗିଥିଲା। ଲୋକେ ଏହା ଉପରେ ସନସ୍କ୍ରିନ୍ କ୍ରିମ୍ ମଧ୍ୟ ଲଗାନ୍ତି। ଏପରିକି ବଲକୁ ଚିକ୍କଣ କରିବା ପାଇଁ ସବୁକିଛି ପ୍ରୟୋଗ କରିସାରିଛନ୍ତି। ସ୍ମିଥଙ୍କ କ୍ୟାପଟେନ୍ସି ଉପରେ ଦୁଇବର୍ଷର ବାସନ୍ଦ ଲଗାଯାଇଥିଲା, ଯାହା ଗତ ମାର୍ଚ୍ଚ ମାସରେ ପ୍ରତ୍ୟାହାର ହୋଇଥିଲା। ସ୍ମିଥ୍ ବର୍ଷ ବିଶ୍ୱକପ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ କମବ୍ୟାକ୍ କରିଥିଲେ।

[ad_2]
Show More
Back to top button