

ସତ୍ୟଶିଖା(ଭୁବନେଶ୍ୱର )୧୮.୧୦ .୨୦୨୧: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଏଭଳି ଆହୁରି ଗୋଟାଏ ଦିନ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଆଜି 4ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଳା ଗୁଡିକ ହେଲା- ବାଲେଶ୍ଵର, ଜଗତସିଂହପୁର, କେନ୍ଦୁଝର ଓ ସୁନ୍ଦରଗଡ।
ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବଜ୍ରପାତର ଆଶଙ୍କା ରହିଥିବା ମଧ୍ୟ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଏହି ସମୟରେ ଲଘୁଚାପ ସକ୍ରିୟ ରହୁଥିବା ବେଳେ ସ୍ଥଳଭାଗ ସହିତ ସମୁଦ୍ରରେ ମଧ୍ୟ ପବନର ବେଗ ବଢିବା ସହିତ ଅଶାନ୍ତ ରହୁଛି। ଯାହାକୁ ନେଇ ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଯିବାକୁ ମଧ୍ୟ ବାରଣ କରାଯାଇଛି।






