ରାଜ୍ୟ
ଏହିସବୁ ଟ୍ରେନ୍ ୪ ଦିନ ପାଇଁ ଆଂଶିକ ବାତିଲ୍


ସତ୍ୟଶିଖା(ଭୁବନେଶ୍ୱର )୨୩.୦୯ .୨୦୨୧: ଦକ୍ଷିଣ ପଶ୍ଚିମ ରେଳପଥ ଅନ୍ତର୍ଗତ ହୁଵାଲୀ-ମାଡଗାଓଁ ରେଳ ସେକ୍ସନର ସାନଭର୍ଦ୍ଦମ୍ ଚୁଚ୍-ଚାନ୍ଦର-ମାଡଗାଓଁ ରେଳ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ୟ୍ୟ ପାଇଁ ହାଓଡ଼ା- ଭାସ୍କୋ ଡା ଗାମା-ହାଓଡ଼ା ଅମରାବତୀ ସ୍ବତନ୍ତ୍ର ଟ୍ରେନ୍(୦୮୦୪୭/୦୮୦୪୮) ଉଭୟ ପାର୍ଶ୍ୱରୁ ୪ଦିନ ପାଇଁ ହାଓଡ଼ା-ହୁଵାଲୀ ମଧ୍ୟରେ ଚଳାଚଳ କରିବ। ହୁଵାଲୀ ଓ ଭାସ୍କୋ-ଡା-ଗାମା ମଧ୍ୟରେ ବାତିଲ ରହିବ। ହାଓଡ଼ାରୁ ଅକ୍ଟୋବର ୨, ୪, ୫ ଓ ୭ରେ ଛାଡ଼ିବାକୁ ଥିବା ଅମରାବତୀ ସ୍ପେସାଲ୍(୦୮୦୪୭) ହୁଵାଲୀ ପର୍ୟ୍ୟନ୍ତ ଚଳାଚଳ କରିବାକୁ ଥିବା ବେଳେ ଭାସ୍କୋ-ଡା-ଗାମାରୁ ଅକ୍ଟୋବର ୫, ୭, ୮ ଓ ୧୦ରେ ଛାଡ଼ିବାକୁ ଥିବା ଅମରାବତୀ ସ୍ବତନ୍ତ୍ର(୦୮୦୪୮) ହୁଵାଲୀରୁ ଯାତ୍ରା ଆରମ୍ଭ କରିବ।