ରାଶିଫଳ

ମଙ୍ଗଳବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ

ସତ୍ୟଶିଖା ୦୯/୦୨/୨୦୨୧ :

ମେଷ – ଦ୍ୱିଜା ନକ୍ଷତ୍ର ଆଜି କେବଳ କଅଁଳିଆ କଥା କହି ପରକୁ ଆପଣାର କରିପାରିବେ । ଟଙ୍କା, ପଇସାର ଅଭାବ ରହିବ ନାହିଁ କିନ୍ତି ବନ୍ଧୁମାନଙ୍କ ଖାପଛଡା କଥା ମନକୁ ବାଧିବ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୧ ।

ବୃଷ – ଆଜି ଆକସ୍ମିକ ଭାବେ କଥା କହୁ ନ ଥିବା ଲୋକଟି ହଠାତ୍‌ ଶତ୍ରୁତା ଭୁଲି ସୁହାଇଲା ଭଳି କିଛି କହିବେ । କୌଣସି ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୫ ।

ମିଥୁନ – ଆଦ୍ରା ନକ୍ଷତ୍ର ବନ୍ଧୁଙ୍କୁ ମନେଇବାକୁ ଯାଇ ବହୁତ କିଛି କହିବାକୁ ପଡିପାରେ । ଯାହାକୁ ଖୋଜୁଥିବେ ସେହି ବ୍ୟକ୍ତି ସ୍ୱତଃ ପ୍ରବୃତ୍ତଭାବରେ ଚାଲି ଆସିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କର୍କଟ – ଆଜିର କର୍ମକ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ବୃଦ୍ଧି ପାଇବ । ପୁନର୍ବସୁ ନକ୍ଷତ୍ର ଅର୍ଥନୈତିକ ଦୃଷ୍ଟିକୋଣରୁ କେତେକ ବ୍ୟତିକ୍ରମ ସକାଶେ ଚିନ୍ତିତ ରହିବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୯ ।

ସିଂହ – କର୍ମକ୍ଷେତ୍ରରେ ସାମାନ୍ୟ ଅବହେଳାରୁ ବଡ ସୁଯୋଗଟିଏ ହାତଛଡା ହୋଇପାରେ । ମଘା ନକ୍ଷତ୍ର ଅବଶ୍ୟ ପରକଥା ଶୁଣି ଦେବା ଲୋକଟିର ମନ ବିଗିଡି ଯିବାର ଆଶଙ୍କା ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କନ୍ୟା – ଆଜି ହସ୍ତାନକ୍ଷତ୍ର ଯଦିଓ କିଛି ପାଇବେ ତଥାପି ତାହା ସହଜଲଭ୍ୟ ହୋଇପାରିବ ନାହିଁ । ପରିବାରରେ ଝଡଝଞ୍ଜାର ଗୁରୁଗମ୍ଭୀର ଗର୍ଜନ କାର୍ଯ୍ୟାବଳୀକୁ ଛିନ୍‌ ଭିନ୍‌ କରି ଦେଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ତୁଳା – ଜଣେ ନୂଆ ବନ୍ଧୁଙ୍କ ଆର୍ବିଭାବ ପାରିବାରିକ ଜୀବନକୁ ଚଳବଞ୍ଚଳ କରିବ । ସ୍ୱାତୀ ନକ୍ଷତ୍ର ଅସୁବିଧାକୁ ପଛରେ ପକାଇ ଗୁରୁତ୍ୱପୂନ୍‌ର୍ଣ କାମଟିକୁ ଅଗ୍ରାଧୀକାର ଦେଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୪ ।

ବିଛା – ଆଜି ଅନୁରାଧା ବନ୍ଧୁମିଳନରୁ ଖୁସି ରହିବେ । ମାନସିକ ସ୍ଥିରତା ରହିବ ନାହିଁ । ଯାତ୍ରା, ଯୋଗାଯୋଗ, ସତ୍‌ ସଙ୍ଗ , ଆଲୋଚନା ଜାରି ରହିବ । ଶୁଭ ଅଙ୍କ ୟେଲୋ । ଶୁଭ ଅଙ୍କ ୨ ।

ଧନୁ – ଦୃଢ ମନୋବଳ ନେଇ କାମ କରିବାର ସୁଯୋଗ ପାଇବେ ଯାହାକି ସ୍ୱାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପଡିବ ନାହିଁ । ବ୍ୟବସାୟରେ ଭଲ କାରବାର ହେବ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୫ ।

ମକର – ଆଜି ଦିନଟିରେ କାହାକୁ ହେଲେ ମଧ୍ୟ ଟାଣ କଥା କହିବା ସମସ୍ୟାର କାରଣ ହୋଇ ପାରେ । ବନ୍ଧୁବାନ୍ଧବରେ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

କୁମ୍ଭ – ଆଜି ପୂର୍ବଭାଦ୍ରପଦ ନକ୍ଷତ୍ର କିଛି ପାଇବାକୁ ହେଲେ କିଛି ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ । ଆପଣଙ୍କ କାର୍ଯ୍ୟକୁ ବାହ୍ୟଲୋକମାନେ ଯେତିକି ଆଦର କରିବେ ତାହାର ଦୁଇଗୁଣ ନିନ୍ଦାଗାନ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୩ ।

ମୀନ – ଆପଣଙ୍କ ଏକଜିଦିଆ ମନୋବୃତ୍ତି କେତେକ କ୍ଷେତ୍ରରେ ବ୍ୟତିକ୍ରମର କାରଣ ହେବ । ଈର୍ଷାପରାୟଣ ବ୍ୟକ୍ତିଙ୍କ ନିକଟରୁ ଦୂରେଇ ରହିବା ଭଲ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

Show More
Back to top button