

ସତ୍ୟଶିଖା ( ଭୁବନେଶ୍ୱର ) ୨୫.୦୭.୨୦୨୦ : ସୁସ୍ଥ ହେଉଥିବା ରୋଗୀଙ୍କୁ ପ୍ଲାଜମା ଦାନ କରିବା ପାଇଁ ପ୍ରୋତ୍ସାହିତ କରିବାକୁ ମନ୍ତ୍ରୀମାନଙ୍କୁ ଗତକାଲି ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରତାପ ଜେନା କହିଛନ୍ତି ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ସୁସ୍ଥ ହୋଇଥିବା ରୋଗୀଙ୍କୁ ଭେଟି ପ୍ଲାଜମା ଦାନ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବେ ।ସେମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ । ଫଳରେ ଲୋକଙ୍କ ଜୀବନ ରକ୍ଷା ପାଇଁ ଓ ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି ପ୍ଲାଜ୍ମା ଥେରାପି ଏକ ବୃହତ ମାଧ୍ୟମ ହେବ ।
ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଜିଲ୍ଳା ହିସାବରେ ଦାୟିତ୍ୱ ଦେଇ ମନ୍ତ୍ରୀମାନଙ୍କୁ ରାଜ୍ୟ ସରକାର ଭାଗ କରିଛନ୍ତି , ଏହା କେବଳ ରାଜନୀତି । ତେଣୁ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଉ । ଅନ୍ୟପଟେ କଂଗ୍ରେସ କହିଛି ବିଳମ୍ବରେ ସରକାରଙ୍କ ନିଦ ଭାଙ୍ଗିଛି । ହେଲେ ଏହି ପ୍ରକ୍ରିୟାରେ ବିଧାୟକ ଓ ସାଂସଦଙ୍କୁ ସାମିଲ କରନ୍ତୁ । ପ୍ଲାଜମା ଥେରାପି ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ପରେ ଆରମ୍ଭ ହୋଇଛି ରାଜନୀତି ।