ଅପରାଧ

ଧରାପଡିଲେ ସାଇକୋ କିଲର୍ ଗ୍ୟାଙ୍ଗ୍ :

(ସତ୍ୟଶିଖା)ଖୋର୍ଦ୍ଧା ୧୫।୦୭: ପୋଲିସ ହାତରେ ଧରାପଡିଲେ ସାଇକୋ କିଲର । ଖୋର୍ଦ୍ଧା ନିକଟସ୍ଥ ରଣପୁର ଜଙ୍ଗଲରୁ ୬ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ BMW ମଧ୍ୟ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଅପରାହ୍ନରେ ବାର କର୍ମଚାରୀ ଅଜୁ ବାରିକଙ୍କୁ ଅତି ନିର୍ମମ ଭାବେ ହତ୍ୟା  କରିଥିଲେ । ହତ୍ୟାକାଣ୍ଡ ପୂର୍ବରୁ  ନୟାପଲ୍ଲୀରେ ଜଣେ ଯୁବକଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ। ତେବେ ନୟାପଲ୍ଲୀ ଓ ଖୋର୍ଦ୍ଧାରେ ହତ୍ୟାକାଣ୍ଡ ପରେ ଦୁର୍ବୁତ୍ତମାନେ ଦଶପଲ୍ଲା ଜଙ୍ଗଲରେ ଲୁଚି ରହିଥିଲେ। ପୋଲିସ ଖବର ପାଇଁ ଚଢାଉ କରି ୬ଜଣଙ୍କୁ ଅଟକ ରଖିବା ସହ କାର୍‌କୁ ମଧ୍ୟ ଜବତ କରିଛି ।

Show More
Back to top button