କରୋନା ସତର୍କତାକୁ ଅଣଦେଖା, ରାମ ନବମୀ ପାଇଁ ଅଯୋଧ୍ୟାରେ ସଜବାଜ


ଲକ୍ଷ୍ନୌ: ସାରା ଦେଶରେ କରୋନାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସରକାର ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଉଥିବା ବେଳେ ଏକାଧିକ କଟକଣା ମଧ୍ୟ ଲଗାଇଛନ୍ତି। ସ୍କୁଲ, କଲେଜ ଠାରୁ ଆରମ୍ଭ କରି ଧାର୍ମିକ ଅନୁଷ୍ଠାନଗୁଡ଼ିକ ବନ୍ଦ କରାଯାଉଛି। ଗୋଟିଏ ସ୍ଥାନରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ତଥାପି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ନବମୀକୁ ଜାକଜମକରେ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଖୋଦ୍ ସ୍ଥାନୀୟ ପ୍ରଶାସନ କରୋନା ସତର୍କତାକୁ ଅଣଦେଖା କରି ଏଭଳି ପ୍ରସ୍ତୁତି କରୁଛି। ରାମ ନବମୀରେ ଅଯୋଧ୍ୟରେ ୧୦ ଲକ୍ଷ ଲୋକ ଏକାଠି ହେବେ। ଏହି ସମୟରେ କରୋନା ବ୍ୟାପିବାର ଅଧିକ ଆଶଙ୍କା ରହିଛି। ତଥାପି ପ୍ରଶାସନ କାହିଁକି ମେଗା ରାମ ନବମୀ ପାଇଁ ପ୍ରସ୍ତୁତି କରୁଛି, ତାହା କାହାକୁ ବି ବୁଝାପଡ଼ୁନାହିଁ।
ଆହୁରି ପଢ଼ନ୍ତୁ
ଜିଲ୍ଲା ମାଜିଷ୍ଟ୍ରେଟ ଅନୁଜ କୁମାର ଝା କହିଛନ୍ତି, ଉତ୍ତର ପ୍ରଦେଶ ସରକାର ମହାମାରୀ ଆଇନକୁ କାର୍ଯ୍ୟକାରୀ କରିଛନ୍ତି। କରୋନା ଭାଇରସକୁ ରୋକିବା ପାଇଁ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ ସମସ୍ତ ପ୍ରକାରର ଅଧିକାର ଦିଆଯାଇଛି। ଆଇନ ଅନୁସାରେ ସମସ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି।
ମାଜିଷ୍ଟ୍ରେଟ ଏପରି କହୁଥିବା ବେଳେ ମେଗା ରାମ ନବମୀ ମେଳା ପାଇଁ କେମିତି ଆୟୋଜନ ହେଉଛି, ତା’କୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
[ad_2]
Source link