ରାଜ୍ୟ

ସୁସ୍ଥ ହେଲେ ୧୪୯ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ସତ୍ୟଶିଖା): ଆଜି ୧୪୯ ଜଣ ‘କରୋନା’ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏମାନଙ୍କୁ ମିଶାଇ ମୋଟ୍‌ ୫୫୦୨ ଜଣ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ସୁସ୍ଥ ହୋଇଥିବା ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୪, ମୟୂରଭଞ୍ଜରୁ ୧୪, କଟକରୁ ୧୩; କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୬ ଜଣ ଲେଖାଏଁ; ରାୟଗଡ଼ାରୁ ୫; ଅନୁଗୋଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ; ବଲାଙ୍ଗିର, ଭଦ୍ରକ, ଯାଜପୁର ଓ ପୁରୀରୁ ୩ ଜଣ ଲେଖାଏଁ;  ବାଲେଶ୍ୱର, ଜଗତସିଂହପୁର ଓ ନୟାଗଡ଼ରୁ ୨ ଜଣ ଲେଖାଏଁ; ବରଗଡ଼ ଓ କୋରାପୁଟରୁ ଜଣେ ଲେଖାଏ ଅଛନ୍ତି।

ଆହୁରି ପଢ଼ନ୍ତୁ

ମହାମାରୀ ‘କରୋନା’ରେ ଆଜି ସୁଦ୍ଧା ୭୫୪୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୫୦୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୦୪୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୮ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button