

ସତ୍ୟଶିଖା( ନୟାଗଡ଼ )୦୨.୦୪.୨୦୨୨ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକରା ଘାଟିରେ ବସ୍ ସହ ଏକ ଗ୍ୟାସ୍ ଟ୍ୟାଙ୍କର୍ ମୁହାଁମୁହିଁ ଦୁର୍ଘଟଣା ଘଟି ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣରେ ଗ୍ୟାସ୍ ଟ୍ୟାଙ୍କର୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସେପଟେ ବସ୍ରେ ଚାପି ହୋଇ ରହିଥିବା ବସ୍ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି କରିଛନ୍ତି । ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ଗାଡ଼ି ଦୁଇଟିକୁ ରାସ୍ତାରୁ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛି । ଦୁର୍ଘଟଣା ଯୋଗୁ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିବା ବେଳେ ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ହଟାଇବା ଉଦ୍ୟମ ଜାରି ରଖିଛି । ସୂଚନା ଯୋଗ୍ୟ ଯେ, ଘାଟି ଏବଂ ରାସ୍ତା ଅବ୍ୟବସ୍ଥା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଓଏସ୍ଆର୍ଟିଏସ୍ ବସ୍ଟି କଣ୍ଟାମାଳରୁ ୬୦ ଯାତ୍ରୀଙ୍କୁ ନେଇ ଜଟଣୀ ଆସୁଥିଲା ବୋଲି ଜଣାପଡ଼ିଛି ।