ନ୍ୟୁଜ୍ରାଜନୀତି

କୋର୍ଟରେ ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ

ସତ୍ୟଶିଖା ( ଖୋର୍ଦ୍ଧା )୦୮/୧୦ /୨୦୨୧: ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ ଖୋର୍ଦ୍ଧାଙ୍କ କୋର୍ଟରେ ଆତ୍ମ ସମର୍ପଣ  କରିଛନ୍ତି । ଗତ ସେପ୍ଟେମ୍ବର 8ତାରିଖରେ ବାଲୁଗାଁ ଏନଏସିରେ ଆବାସ ଯୋଜନା ବାଣ୍ଟିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ବାଲୁଗାଁ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିବା ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବିଧାୟକ ଫେରାର ରହି ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ କରିଥିଲେ ।

କିନ୍ତୁ ନ୍ୟାୟାଳୟ ତାଙ୍କୁ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପ୍ରଶାନ୍ତ । ସେପଟେ ତାଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଛନ୍ତି ।

Show More
Back to top button