ଦେଶନ୍ୟୁଜ୍

ସଫଳ ହେଉଛି ‘ମିଶନ ଗଙ୍ଗା’, ଭାରତର ସାମର୍ଥ୍ୟ ବୃଦ୍ଧି ଯୋଗୁଁ ଆମେ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିପାରୁଛୁ: ମୋଦି

ସତ୍ୟଶିଖା( ନୂଆଦିଲ୍ଲୀ )୦୩.୦୩.୨୦୨୨ : ଋଷ – ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ହଜାର ହଜାର ଭାରତୀୟ ଏବେ ୟୁକ୍ରେନ୍‌ରେ ଫସି ରହିଛନ୍ତି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି ମିଶନ ଗଙ୍ଗା । ଆଉ ଏବେ ଏହି ମିଶନ ସଫଳ ହେଉଛି । ୟୁକ୍ରେନ୍‌ରେ ଏତେ ଜଟିଳ ପରିସ୍ଥିତିରେ ମଧ୍ୟ ଭାରତୀୟଙ୍କୁ ପର୍ଯ୍ୟାୟ କ୍ରମେ ସ୍ୱଦେଶ ଫେରାଇ ଅଣାଯାଉଛି ।

ତେବେ ଆଜି ଏହି ପ୍ରସଙ୍ଗରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ସାମର୍ଥ ବୃଦ୍ଧି ଯୋଗୁଁ ଆଜି ଯେକୌଣସି ବି ପରିସ୍ଥିତିରେ ଆମେ ଭାରତୀୟଙ୍କୁ ସୁରକ୍ଷା ଦେଇପାରୁଛୁ ଓ ସେମାନଙ୍କୁ ଉଦ୍ଧାର କରିବାରେ ମଧ୍ୟ ସକ୍ଷମ ହୋଇପାରୁଛୁ ବୋଲି ମୋଦି କହିଛନ୍ତି ।

ଆଜି ଉତ୍ତରପ୍ରଦେଶରେ ଏକ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମିଶନ୍ ଗଙ୍ଗାକୁ ନେଇ ଏଭଳି କିଛି କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ଯୁଦ୍ଧରେ ପ୍ରଭାବିତ ୟୁକ୍ରେନରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ଭାରତ ସରକାର କୌଣସି ମଧ୍ୟ ସୁଯୋଗ ହାତଛଡା କରିବେ ନାହିଁ ।

“ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରେ ଅଟକି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆମେ ସମସ୍ତ ଉଦ୍ୟମ କରୁଛୁ । ୧୦୦୦ ରୁ ଅଧିକ ନାଗରିକ ଭାରତକୁ ଫେରାଇ ଆଣାଯାଇସାରିଲାଣି ।

ଏହି ମିଶନକୁ ତ୍ୱରାନ୍ୱିତ କରିବା ପାଇଁ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସେଠାକୁ ପଠାଇଛି, ଏବଂ ଖୁବ୍‌ଶୀଘ୍ର ୟୁକ୍ରେନ୍‌ରେ ଥିବା ବାକି ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି ମୋଦି କହିଛନ୍ତି ।

Show More
Back to top button