ଭୋଜନ କରିବା ପୂର୍ବରୁ ଏହି ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ


ସତ୍ୟଶିଖା ୨୯/୦୧/୨୦୧୧ : ଖାଦ୍ୟ ପ୍ରସ୍ତୁତ କରିବାର କିଛି ନିୟମ ରହିଛି । ଏହା ମଧ୍ୟ ଏକ ପ୍ରକାର କଳା ବୋଲି କୁହାଯାଏ । ଏପରି ମଧ୍ୟ କୁହାଯାଏ, ଖାଦ୍ୟ ଅବମାନନା ନକରି ସମସ୍ତ ପ୍ରକାର ଖାଦ୍ୟକୁ ସମ୍ମାନ ପୂର୍ବକ ଭୋଜନ କରିବା ଉଚିତ । ଭୋଜନ କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ । ହୁଏତ ସଭିଏଁ ଏହା ଜାଣିନଥିବେ । ଯାହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ । ଜାଣନ୍ତୁ….
୧- ଭୋଜନ କରିବା ପୂର୍ବରୁ ୨ ହାତ, ଗୋଡ, ମୁହଁକୁ ଭଲ ଭାବେ ଧୋଇ ଭୋଜନ କରିବା ଉଚିତ ।
୨- ଭୋଜନ କରିବା ପୂର୍ବରୁ ଦେବାଦେବୀଙ୍କୁ ସ୍ମରଣ କରିବା ଉଚିତ। ଏହାସହ ଭୋଜନରୁ କିଛି ଅଂଶ ଗାଈ, କାଉ ଅଥବା କୁକୁରଙ୍କୁ ମଧ୍ୟ ଦେବା ଉଚିତ।
୩- ସର୍ବଦା ପୂର୍ବ ଅଥବା ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଉଚିତ।
୪- ଭୋଜନର ଥାଳିକୁ ସର୍ବଦା ସମତଳ ସ୍ଥାନ, ଆସନ, ଟେବୁଲ ଉପରେ ସମ୍ମାନର ସହ ରଖନ୍ତୁ।
୫- ଖାଦ୍ୟ ଖାଇବା ସମୟରେ କଥାବାର୍ତ୍ତା କିମ୍ବା ଅନ୍ୟମନସ୍କ ହୁଅନ୍ତୁ ନାହିଁ।
୬- ଭୋଜନରେ ପ୍ରଥମେ ଯେକୌଣସି ତରକାରୀ ଖାଆନ୍ତୁ। ଏହାଦ୍ୱାରା ପାଚନତନ୍ତ୍ର ସୁସ୍ଥ ରହିଥାଏ ।
୭- ଭୋଜନ ପ୍ରସ୍ତୁତ ହେବା ମାତ୍ରେ ପ୍ରଥମେ କିଛି ଅଗ୍ନିଙ୍କୁ ସମର୍ପଣ କରନ୍ତୁ।
ଭୋଜନ କରିବା ସମୟରେ ଖାଦ୍ୟ ପ୍ରତି ଯଥେଷ୍ଟ ସମ୍ମାନ, ଖୁସି ଓ ଶାନ୍ତିରେ ଖାଇବା ଉଚିତ।