ରାଜ୍ୟ
କାହିଁକି କ୍ୱାରେଣ୍ଟାଇନ୍ ଗଲେ ୪ ଡାକ୍ତର?


ଭୁବନେଶ୍ୱର (ସତ୍ୟଶିଖା): ଭୁବନେଶ୍ୱର ଏମ୍ସରେ ୪ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ ପଠାଗଲା। ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ‘କରୋନା’ ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିବାରୁ ଏମ୍ସ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।
ଆହୁରି ପଢ଼ନ୍ତୁ
ମହାରାଷ୍ଟ୍ରର ଜଣେ ଟ୍ରକ୍ ଚାଳକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ୪ ଜଣ ଡାକ୍ତର ଓ ଦୁଇ ଜଣ ଆଟେଣ୍ଡାଣ୍ଟ ଚିକିତ୍ସା କରିଥିଲେ। ପରବର୍ତ୍ତୀ ସମୟରେ ଡ୍ରାଇଭଙ୍କ ରକ୍ତ ଓ ସ୍ୱାବ୍ ଟେଷ୍ଟ ପାଇଁ ପଠାଇଥିଲା। ରିପୋର୍ଟରେ ତାଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଥିଲା। ଯେଉଁଥିପାଇଁ ଏମ୍ସ କର୍ତ୍ତୃପକ୍ଷ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।