ଖେଳନ୍ୟୁଜ୍

ଆଇପିଏଲ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ମୁକାବିଲା ଆରମ୍ଭ ନେଇ ପିଟିଆଇରେ ରିପୋର୍ଟ ପ୍ରକାଶ l

ସତ୍ୟଶିଖା ୨୪.୦୭.୨୦୨୦ : କରୋନା ସମୟରେ   ବିଶ୍ୱ  ଟି-୨୦ ମୁକାବିଲା ସ୍ଥଗିତ ହେବା ପରେ, ଲୋକପ୍ରିୟ ଆଇପିଏଲ ଆୟୋଜନ ହେବା ନେଇ ଆଶା ବଢିଛି । କିନ୍ତୁ କେବେ ଏହା ଆୟୋଜିତ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରୁ ନଥିବା ବେଳେ କ୍ରିକେଟ ପ୍ରଶଂସକ ପାଇଁ ଆସିଛି ଖୁସି ଖବର । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଏହି ମୁକାବିଲା ଆରମ୍ଭ ହେବା ନେଇ ସୂଚନା ମିଳିଛି । ଏହା ସହ ଆଇପିଏଲର ଫାଇନାଲ ନଭେମ୍ବର ୮ ତାରିଖରେ ଖେଳାଯିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଆଧାରରେ ରିପୋର୍ଟ ପ୍ରକାଶ କରିଛି ପିଟିଆଇ । ତେବେ ଆସନ୍ତା ସପ୍ତାହରେ ଆଇପିଏଲ ପରିଚାଳନା କମିଟି ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତି ହେବ ବୋଲି ସୂଚନା ମିଳିଛି । ପୂର୍ବରୁ କରୋନା ସମୟରେ ଦୁବାଇରେ ଆଇପିଏଲ ଆୟୋଜନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମାଗିଛି ବିସିସିଆଇ ।

Show More
Back to top button