ଦିନସାରା ବାହାରେ ବସିଲେ କ୍ୟାନ୍ସର ରୋଗୀ, ଘରେ ପୂରାଇ ଦେଲେନି ମାଲିକ


ବାଲେଶ୍ୱର(ସତ୍ୟଶିଖା): ‘କରୋନା’କୁ ଭୟ ନକରିବାକୁ ବାରମ୍ୱାର ଅପିଲ୍ କରାଯାଉଛି। ଏହା ସତ୍ତ୍ୱେ ବାଲେଶ୍ୱର ସଦର ମହକୁମାରେ ଜଣେ ଭଡ଼ାଟିଆ କ୍ୟାନସର ରୋଗୀଙ୍କୁ ଘର ମାଲିକ ଘରେ ପଶିବାକୁ ଅନୁମତି ଦେଇନାହିଁ। ଯାହାଫଳରେ ରୋଗୀ ଜଣକ ଦିନତମାମ ବାହାରେ ବସିଛନ୍ତି।
ଆହୁରି ପଢ଼ନ୍ତୁ
ପୂରା ଘଟଣା ଏମିତି। ସୁରେଶ ଶର୍ମା ଦୀର୍ଘ ବର୍ଷ ଧରି ସହଦେବଖୁଣ୍ଟା ଅଞ୍ଚଳରେ ଲକ୍ଷ୍ମୀଧର ଭୂଇଁଆଙ୍କ ଘର ଭଡ଼ା ନେଇ ରହୁଥିଲେ। ସୁରେଶ ଜଣେ କ୍ୟାନ୍ସର ରୋଗୀ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶରେ ଗତକାଲି ଭୁବନେଶ୍ୱର ଆସିଥିଲେ। ସାଙ୍ଗରେ ଥିଲେ ସୁରେଶଙ୍କ ପତ୍ନୀ ଓ ପୁଅ। ଏଥିପାଇଁ ଘର ମାଲିକଙ୍କଠାରୁ ପରାମର୍ଶ ନେଇଥିଲେ।