ନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ
ଟ୍ୱିନ୍ ସିଟିରେ ଆଲର୍ଟ,ପ୍ରବଳ ବର୍ଷା


ସତ୍ୟଶିଖା (ଭୁବନେଶ୍ୱର) ୧୩/୧୦/୨୦୨୦ : ଡିପ୍ ଡିପ୍ରେସନ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରାଯାଇଛି । ଟ୍ୱିନ୍ ସିଟିରେ ଆଜି ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏପରିକି ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ରାସ୍ତା ଭଲ ଭାବେ ଦୃଶ୍ୟମାନ ହେବନାହିଁ, ଟ୍ରାଫିକ ସମସ୍ୟା ଉପୁଜିପାରେ । ରାସ୍ତା ଖସଡ଼ା ହୋଇଯିବାର ଆଶଙ୍କା ରହିଛି । ଏଥିଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହେବ । ଏହି ସମୟରେ ଲୋକଙ୍କୁ ଘରୁ ନବାହାରିକୁ ପରାମର୍ଶ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ରୂଚନା ଜାରି କରାଯାଇଛି ।