ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ତରକାରୀ କଡ଼େଇରେ ପଡ଼ି ଛାତ୍ରୀ ଗୁରୁତର

ସତ୍ୟଶିଖା( ବାରିପଦା )୦୮.୦୪.୨୦୨୨ : ତରକାରୀ କଡ଼େଇରେ ପଡ଼ି ଜଣେ  ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ବାଘଡା ପ୍ରାଥମିକ ବିଦ୍ୟାଳୟରେ। ଛାତ୍ରୀ ଜଣଙ୍କ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିଲେ। ପିଲାଟିର ହାତ ଓ ପେଟ ଜଳିଯାଇଛି।

ଗତକାଲି ସ୍କୁଲରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ପିଲାମାନେ ଲାଇନରେ ଠିଆ ହୋଇ ଖାଦ୍ୟ ଆଣୁଥିଲେ। ଏହି ସମୟରେ ପିଲାମାନଙ୍କ ମଧ୍ୟରେ ଠେଲାଠେଲି ହୋଇଥିଲା। ଜଣେ ଛାତ୍ରୀ ଅସାବଧାନତା କାରଣରୁ ଗରମ ତରକାରୀ କଡ଼େଇରେ ପଡିଯାଇଥିଲେ।  ପିଲାଟିକୁ ଗୁରୁତର ଅବସ୍ଥାରେ  ଶିକ୍ଷକମାନେ ବାଘଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଛାତ୍ରୀଙ୍କ ବାପା କହିଛନ୍ତି, ଆମେ ପିଲାଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭରସାରେ ସ୍କୁଲ ଛାଡ଼ୁଛୁ। ସେମାନଙ୍କ ଅବହେଳା ଯୋଗୁ ମୋ ପିଲା  ଗରମ ତରକାରୀ କଡ଼େଇରେ ପଡ଼ିଗଲା। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Show More
Back to top button