ଦେଶ

ବିଜୁଳି ନେଲା ପୁଣି ୨୬ ଜୀବନ

ପାଟଣା: ଘନଘନ ବିଜୁଳି ମାଡ଼ରେ ପୁଣିଥରେ ବିହାରରେ ୨୬ ଜଣଙ୍କ ଜୀବନ ଯାଇଛି। ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରିବାରୁ ଏଭଳି ଜୀବନହାନୀ ଘଟିଛି।

ରାଜ୍ୟ ବିପର୍ଯ୍ୟୟ ପ୍ରଶସନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ଣରୁ ପ୍ରଥମେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଏହାପରେ ବିଜୁଳି ସାଙ୍ଗକୁ ଘଡ଼ଘଡ଼ି ମାରିଥିଲା। ଏଥିପାଇଁ ପାଟନାରେ ୬ ଜଣ, ପୂର୍ବ ଚମ୍ପାରନରେ ୪ ଜଣ, ସମିଷ୍ଟପୁରରେ ୭ ଜଣ, କଟିହରରେ ୩ ଜଣ, ଶିବହର ଓ ମଧେପୁରରେ ୨ ଜଣ ଲେଖାଏ, ପୁରନିଆ ଓ ପଶ୍ଚିମ ଚମ୍ପାରନରେ ଜଣେ ଲେଖାଏ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଆହୁରି ପଢ଼ନ୍ତୁ

ବୁଧବାର ଠାରୁ ପାଣିପାଗ ବିଭାଗ ସମଗ୍ର ବିହାରରେ ଆସନ୍ତା ୪୮ ଘଣ୍ଟା ପାଇଁ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରିବ ବୋଲି ଆଲର୍ଟ ଜାରି କରିଥିଲା। ମଙ୍ଗଳବାର ବିଜୁଳି ମାଡ଼ରେ ବିହାରରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଜୁନ୍‌ ୨୬ରେ ରାଜ୍ୟରେ ପ୍ରବଳ ବିଜୁଳି ମାରିବାରୁ ୯୬ ଜଣ ଲୋକ ମୃତ୍ୟବରଣ କରିଥିଲେ।

ଆଜି ବିଜୁଳି ମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତି ପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button