ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ମାନଙ୍କର ସୌନ୍ଦର୍ଯ୍ୟ


ସତ୍ୟଶିଖା ୦୬/୦୨/୨୦୨୧ : ଶୀତ ଦିନର ଆରମ୍ଭ ହେବା ମାତ୍ରେ ଲୋକେ ନିଜ ଭ୍ରମଣ ଯୋଜନାରେ ବହୁ ସ୍ଥାନକୁ ସାମିଲ କରିଥାଆନ୍ତି । କେଉଁମାନଙ୍କୁ ଶାନ୍ତ ତ କେଉଁ ମାନଙ୍କୁ ହୋହାଲା ପରିବେଶ ବେଶ ପସନ୍ଦ । ଏପରି କିଛି ଭ୍ରମଣ ପ୍ରେମୀ ଅଛନ୍ତି, ଯେଉଁମାନଙ୍କୁ ପ୍ରାକୃତିକ ପରିବେଶ ପସନ୍ଦ । ଆପଣ ଯଦି ଏହି ତାଲିକାରେ ଅଛନ୍ତି ତେବେ ଦିଲ୍ଲୀର ନିକଟରେ ଥିବା କିଛି ସ୍ୱତନ୍ତ୍ର ସ୍ଥାନ ବିଷୟରେ ଜାଣନ୍ତୁ । ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ଥିବା ବିଭିନ୍ନ ପର୍ୟ୍ୟଟନସ୍ଥଳୀକୁ ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ । ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଥିବା ପର୍ୟ୍ୟଟନସ୍ଥଳୀ ମାନଙ୍କର ସୌନ୍ଦର୍ୟ୍ୟ ଅଧିକ ବଢିଯାଏ ।
ପଙ୍ଗୋଟ –
ଏଠାରେ ସ୍ନୋ ଫଲର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ । ନୈନିତାଲରୁ ପଙ୍ଗୋଟରେ ପହଞ୍ଚିବା ପାଇଁ ଏକ ଘଣ୍ଟା ସମୟ ଲାଗିଥାଏ । ଏଠାରେ ଦିନରେ ଆପଣ ଜଙ୍ଗଲରେ ବୁଲିବା ସହ ସଫାରୀର ମଜା ନେଇପାରିବେ ।
ଲାନ୍ସଡ଼ାଉନ –
ଦିଲ୍ଲୀର ସବୁଠାରୁ ନିକଟରେ ଥିବା ହିଲ ଷ୍ଟେସନ ହେଉଛି ଲାନ୍ସଡ଼ାଉନ । ଏଠାରେ ପାହାଡ଼ର ପ୍ରାକୃତିକ ସୌନ୍ଦର୍ୟ୍ୟ ଦେଖିବାକୁ ପାଇବେ । ଏହାସହ ଆପଣ ଟିପ ଏନ ଟାପ, ତାଡ଼କେଶ୍ୱର ମହାଦେବ ଓ ଚର୍ଚ୍ଚ ପଏଣ୍ଟ ପରି ଦର୍ଶନୀୟ ସ୍ଥାନ ମଧ୍ୟ ଏଠାରେ ରହିଛି ।
ମୋରନୀ ହିଲ –
ଏହି ସ୍ଥାନ ଦେଖିବାକୁ ଖୁବ ସୁନ୍ଦର । ହରିୟାଣାର ପଞ୍ଚକୁଲାରେ ଥିବା ଏହି ସ୍ଥାନରେ ଆପଣ ଆଡ଼ଭେନଚର ମଧ୍ୟ ମଜା ପାଇପାରିବେ । ବିଭିନ୍ନ ପ୍ରକାରର ପକ୍ଷୀ ସହ ଏଠାରେ ଐତିହାସିକ ପୋର୍ଟ ମଧ୍ୟ ଦେଖିପାରିବେ ।
ନହାନ –
ହିମାଚଳ ପ୍ରଦେଶରେ ନହାନ ସହର ରହିଛି । ଏଠାରେ ପର୍ୟ୍ୟଟକଙ୍କ ବେଶ ଭିଡ଼ ଦେଖାଯାଏ । ଏଠାକୁ ଆସିବା ପରେ ପ୍ରକୃତିର କୋଳରେ ରହିବା ପରି ମନେ ହେବ । ପାହାଡ଼ ପର୍ବତ ସହ ସୁକୈତି ଫାର୍ସିଲ ପାର୍କରେ ମଧ୍ୟ ବୁଲିପାରିବେ । ଏହା ବ୍ୟତୀତ ମନ୍ଦିର ଓ ରାନୀ ତାଲ ମଧ୍ୟ ବୁଲିପାରିବେ ।