Uncategorized

ରାଜଧାନୀ ଭୁବନେଶ୍ୱରରେ ଲାଗୁ ହୋଇପାରେ କଣ୍ଟେନମେଣ୍ଟ ଜୋନ୍‌ !

ସତ୍ୟଶିଖା(ଭୁବନେଶ୍ୱର) ୨୮.୦୪.୨୦୨୧:  ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ବଢିବାର ଲାଗିଛି । ତେବେ  ଆଜିର ସଂକ୍ରମିତଙ୍କ  ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଖୁବଶୀଘ୍ର ଆରମ୍ଭ ହେବ କଣ୍ଟେନମେଣ୍ଟ । ଯେଉଁ ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି  । ସେହିଭଳି ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଇଛି। ଅଧିକ ସ୍କ୍ୱାର୍ଡ ଗଠନ ସହ ଏନ୍ଫୋର୍ସମେଣ୍ଟକୁ କଡାକଡି କରାଯିବ। ସୂଚନା ଦେଲେ ବିଏମସି ଡେପୁଟି କମିଶନର ତଥା ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ।

ସେହିପରି ସଂକ୍ରମଣ ବଢୁଛି, ଚିନ୍ତା ବଢୁଛି। କଂଟାକ୍ଟ ଟ୍ରେସିଂକୁ  ତ୍ୱରାନ୍ୱିତ କରାଯାଇଛି। ଟେଷ୍ଟିଂ ବୃଦ୍ଧି ଯୋଗୁଁ ସଂକ୍ରମିତ ବଢୁଛି। ସଟଡାଉନ କଥା ମଧ୍ୟ ଆଲୋଚନା ହେଉଛି। କିଛି ନିଷ୍ପତ୍ତି ଯଦିଓ ହୋଇନି ତଥାପି କଣ୍ଟେନମେଣ୍ଟ ଯୋନ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ହେବ। କୋଭିଡ ସଚେତକଙ୍କୁ ଆକ୍ଟିଭ ସହ ଜନସମ୍ପର୍କ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି। କୌଣସି ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେଉଛନ୍ତି ଆଖପାଖର ପରିବାରକୁ ଚିଠା ମାଧ୍ୟମରେ ଅବଗତ କରିବା ସହ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । ଏନେଇ ସୂଚନା ଦେଲେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

Show More
Back to top button