ରାଜନୀତି

ମୁଖ୍ୟମନ୍ତ୍ରୀ କେନ୍ଦ୍ରଠୁ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରନ୍ତୁ : ନିରଞ୍ଜନ

ଭୁବନେଶ୍ୱର(ସତ୍ୟଶିଖା): କରୋନା ମୁକାବିଲା ତଥା ପ୍ରବାସୀ ଓଡ଼ିଆ ଓ ଓଡ଼ିଶାର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କଠୁ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରନ୍ତୁୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କ ପ୍ୟାକେଜକୁ କେବଳ ଏକ ଋଣ ବିକ୍ରି ବିଜ୍ଞାପନ ବୋଲି ସେ ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପ୍ୟାକେଜ୍ ଏକ ୠଣ ବିକ୍ରି ବିଜ୍ଞାପନ। ଏହାଦ୍ୱାରା ଓଡ଼ିଶାର କ’ଣ ବିକାଶ ହେବ ବା ଜନସାଧାରଣ କିଭଳି ଉପକୃତ ହେବେ ତାହା ସେ ବୁଝିପାରୁନାହାନ୍ତି। କୃଷକ ଓ ମଧ୍ୟବିତ୍ତଙ୍କ ପରିବାର ପାଇଁ କୌଣସି ସୁବିଧା ନାହିଁ। ଏହାଦ୍ୱାରା କେବଳ ଗୁଜୁରାଟ ଓ ମହାରାଷ୍ଟ୍ର ଇତ୍ୟାଦି ମୁଷ୍ଟିମେୟ ରାଜ୍ୟମାନେ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, ଓଡ଼ିଶାରେ ଇପିକଲ୍ ଏବଂ ଓଏସଏଫସି ବନ୍ଦ ହେବାର କାରଣ କ’ଣ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କଲେ ପ୍ରକୃତ ତଥ୍ୟ ହିଁ ଜାଣିପାରିବେ। ଖାଲି ବିବୃତ୍ତି ଦେଲେ ନିଯୁକ୍ତି ହୋଇଯିବ ନାହିଁ କି ବେକାରୀ ସଂଖ୍ୟା କମି ପାରିବ ନାହିଁ। ରାଜ୍ୟରେ ଯେହେତୁ ଅଧିକ ପ୍ରବାସୀ ଓଡ଼ିଶା ବାହାରେ ଅଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆ, ଶ୍ରମିକ ତଥା ଓଡ଼ିଶାର ସ୍ୱାର୍ଥ ପାଇଁ କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ୟାକେଜ ମାଗନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ସେହିଭଳି ରାଜ୍ୟରେ ଚାଲିଥିବା କରୋନା କେନ୍ଦ୍ର ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲୁଛି। ସରକାର ଏଥିରେ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସାମିଲ କରନ୍ତୁ।

ସରକାରଙ୍କୁ ସହଯୋଗ ପାଇଁ କଂଗ୍ରେସ ଯେତେ ପ୍ରସ୍ତାବ ଦେଲେ ମଧ୍ୟ ତାକୁ ଗ୍ରହଣ କରାଗଲା ନାହିଁ କି ଆଲୋଚନା ପାଇଁ ମୁଖ୍ୟ ସଚିବ ମଧ୍ୟ କଂଗ୍ରେସ ଦଳକୁ ସମୟ ଦେଲେ ନାହିଁ। କିନ୍ତୁ ନିଜ ଦଳରେ ବହୁ ନେତା, ସାଂସଦ ଓ ବିଧାୟକ ଥିବାବେଳେ ସେମାନଙ୍କୁ ମଧ୍ୟ ସାମିଲ କରୁନାହାନ୍ତି। ଖାଲି କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ନେଇ କାର୍ଯ୍ୟ କଲେ କରୋନାକୁ ଠିକ୍ ଭାବେ ମୁକାବିଲା କରିହେବ ନାହିିଁ। ତେଣୁ ନିଜ ଦଳର ସାଂସଦ ଓ ବିଧାୟକମାନଙ୍କୁ ବିଶ୍ୱାସକୁ ନେଇ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କଲେ ଅବସ୍ଥାର କିଛି ପରିବର୍ତ୍ତନ ହୋଇପାରିବ। ନଚେତ୍ ଭବିଷ୍ୟତରେ ପରିସ୍ଥିତି ବହୁତ ଭୟାବହ ହେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

[ad_2]
Show More
Back to top button