ଦେଶନ୍ୟୁଜ୍ବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟ

କରନା ସମୟରେ ଫୋନ୍ ସାନିଟାଇଜ୍‌ରରେ ସଫା କରୁଥିଲେ କ୍ଷତି ଏଭଳି ହୋଇପାରେ

ସତ୍ୟଶିଖା (ନୂଆଦିଲ୍ଳୀ) ୩୧/୧୦/୨୦୨୦ : କରୋନା କାଳରେ ନିଜକୁ ତଥା ନିଜର ସମସ୍ତ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ଲୋକେ ବେଶ ତତ୍ପର । କୌଣସି ସ୍ଥନକୁ କାମରେ ଯାଇ ଫେରିବା ପରେ ଲୋକେ ନିଜ ହାତକୁ ସାବୁନ ବା ସାନିଟାଇଜରରେ ସଫା କରୁଛନ୍ତି । ଲୋକେ ନିଜ ଫୋନକୁ ବି ସାନିଟାଇଜରରେ ସଫା କରୁଛନ୍ତି । କିନ୍ତୁ ଏନେଇ ଏବେ ସାବଧାନ ହେବାର ବେଳ ଆସିଛି । ସାନିଟାଇଜରରେ ସଫା କରିବା ଦ୍ବାରା ଫୋନ୍‌ରେ ସଟସର୍କିଟ୍‌ ଯୋଗୁଁ କୌଣସି ଦୁର୍ଘଟଣା ବି ଘଟିପାରେ ।ତେବେ ବର୍ତ୍ତମାନ ସମୟରେ ରିପାୟରିଂ ସେଣ୍ଟରରେ ଏବେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । କାରଣ ସାନିଟାଇଜର ବ୍ୟବହାର କାରଣରୁ ଲୋକଙ୍କ ଫୋନ୍‌ର ସ୍ପିକର, ହେଡଫୋନ୍‌ ଜ୍ୟାକ୍‌, କ୍ୟାମେରା ଆଦି ଖରାପ ହୋଇଯାଉଛି । ବିଶେ​‌ଷ କରି ସାନିଟାଇଜରରେ ଫୋନ୍‌ ସଫା କରିବା ଦ୍ବାରା ଏହା ଫୋନ୍‌ ଭିତରେ ପ୍ରବେଶ କରୁଥିବାରୁ ଭିତରେ ସଟସର୍କିଟ ହେବାର ଭୟ ମଧ୍ୟ ବୃଦ୍ଧିପାଉଛି । କରୋନା କାଳରେ ଫୋନ୍‌ ସଫା କରିବା ଯଦିଓ ଭଲ କିନ୍ତୁ ସାଧାରଣ ଅସବାଧାନତା ଗୋଟିଏ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରିପାରେ । ତେଣୁ ଫୋନକୁ ସିଧାସଳଖ ସାନିଟାଇଜର ପ୍ରୟୋଗ କରି ସଫା କରିବା ପରିବର୍ତେ ଏଥିପାଇଁ ତୁଳାର ବ୍ୟବହାର କରନ୍ତୁ ।ଅନ୍ୟ କିଛି ସାବଧାନତା ପାଇଁ ଫୋନ୍‌ କଷ୍ଟୋମର କେୟାର ନମ୍ବରରେ କଲ୍‌ କରି ବୁଝିନିଅନ୍ତୁ । ନହେଲେ ବ୍ୟାକ୍ଟେରିଆଲ୍‌ ଟିସ୍ୟୁ ପେପର ବି ବ୍ୟବହାର କରିପାରିବେ । ତେବେ ସାନିଟାଜର ବ୍ୟବହାର କଲେ କେବଳ ଫୋନ୍‌ର ହେଡଫୋନ୍‌ ଜ୍ୟାକ୍, କ୍ୟାମେରା କରାପ ହୁଏ ତାହା ନୁହେଁ ଆପଣଙ୍କ ଫୋନ୍‌ର ରଙ୍ଗ ବି ବଦଳିଯାଇପା​‌ରେ । ତେଣୁ ସାନିଟାଇଜର ବ୍ୟବହାର କରିବା ବେଳେ ସାବଧାନତା  ଅବଲମ୍ବନ କରିବା ନିହାତି ଆବଶ୍ୟକ ।

Show More
Back to top button