ଦେଶ

ଦେଶରେ ପ୍ରଥମ, ଆକ୍ଟିଭ କେସ୍‌କୁ ଅତିକ୍ରମ କଲା ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ ଭିତରେ ଏକ ଆଶ୍ୱସ୍ତି କଲା ଭଳି ଖବର ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ଦେଶରେ କରୋନା ଆକ୍ଟିଭ କେସ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ତୁଳନାରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ହୋଇଯାଇଛି। ବର୍ତ୍ତମାନ ଦେଶରେ କରୋନାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୩୩,୬୩୨ ରହିଥିବା ବେଳେ ୧,୩୫,୨୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାର ଅର୍ଥ ଦେଶରେ କରୋନା ଆରୋଗ୍ୟ ହାର ୪୮.୯୯% ରହିଛି।

ଆହୁରି ପଢ଼ନ୍ତୁ

ଅନ୍ୟପକ୍ଷରେ କ୍ରମାଗତ ୬ଷ୍ଠ ଦିନ ପାଇଁ ଦେଶରେ ୯ ହଜାର ୫ଶହରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୯୯୮୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୨୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୭୬,୫୮୩ ଓ ମୃତକଙ୍କ ସଂଖ୍ୟା ୭,୭୪୫ ରହିଛି। କରୋନା ଦ୍ୱାରା କ୍ଷତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକ ତାଲିକାରେ ଭାରତ ୫ମ ସ୍ଥାନରେ ରହିଛି। ଭାରତ ଉପରେ ଆମେରିକା, ବ୍ରାଜିଲ, ରୁଷ ଓ ବ୍ରିଟେନ ରହିଛନ୍ତି।

୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୨୭୯ ଜଣଙ୍କ ମଧ୍ୟରୁ ସର୍ବାଧିକ ୧୨୦ ଜଣ ମହାରାଷ୍ଟ୍ରରେ ରହିଥିବା ବେଳେ ଗୁଜରାଟରେ ୩୩, ଦିଲ୍ଲୀରେ ୩୧, ତାମିଲନାଡୁରେ ୨୧, ଉତ୍ତର ପ୍ରଦେଶରେ ୧୮, ତେଲେଙ୍ଗାନାରେ ୧୧, ପଶ୍ଚିମବଙ୍ଗରେ ୧୦, ରାଜସ୍ଥାନରେ ୯, ମଧ୍ୟପ୍ରଦେଶ ଓ ହରିଆଣାରେ ୬ ଜଣ ଲେଖାଏ, ଜମ୍ମୁ-କଶ୍ମୀରରେ ୩, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା ଓ ଛତିଶଗଡ଼ରେ ୨ ଜଣ ଲେଖାଏ ଏବଂ ବିହାର, ତ୍ରିପୁରା ଓ ଝାରଖଣ୍ଡରେ ଜଣେ ଲେଖାଏ ବ୍ୟକ୍ତି ରହିଛନ୍ତି।

[ad_2]
Show More
Back to top button