ଦେଶରାଜନୀତି

ରାଜନାଥ ସିଂ @ 70

ସତ୍ୟଶିଖା(ନୂଆଦିଲ୍ଲୀ) ୧୦.୦୭.୨୦୨୧: ଆଜି ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ 70ତମ ଜନ୍ମଦିନ । 10 ଜୁଲାଇ 1951 ମସିହା ଆଜିର ଦିନରେ ଉତ୍ତର ପ୍ରଦେଶ ଚକିଆରେ ଜନ୍ମ ଗ୍ରହଣ କରିଥିଲେ ରାଜନାଥ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଜନ୍ମଦିନ ଅବସରେରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର କ୍ୟାବିନେଟ ସହଯୋଗୀ ଓ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନାଥଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ସେ ଜଣେ ଦକ୍ଷ ରାଜନେତା ଓ ପ୍ରଶାସକ ବୋଲି କହିଛନ୍ତି । ଦଳ ପ୍ରତି ତାଙ୍କ ନିଷ୍ଠାପର କାର୍ଯ୍ୟ ବେଶ ପ୍ରଶଂସନୀୟ ବୋଲି ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି । ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ରାଜନାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ସୁସ୍ଥ ଏବଂ ଦୀର୍ଘାୟୁ ମଧ୍ୟ କାମନା କରିଛନ୍ତି । ସେପଟେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଶୁଭେଚ୍ଛା ଜଣାଇବା ସହ ଦଳ ପ୍ରତି ତାଙ୍କ ଅବଦାନ ସମ୍ପର୍କରେ ଲେଖିଛନ୍ତି । ଦଳ, ଦେଶ ପ୍ରତି ଉତ୍ସର୍ଗୀକୃତ ଓ ସାଂଗଠନିକ ଦକ୍ଷତା ବେଶ ପ୍ରେରଣାଦାୟୀ ବୋଲି ସେ କହିଛନ୍ତି  । ସେହିପରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

Show More
Back to top button