ନ୍ୟୁଜ୍ରାଜ୍ୟ

ମୁଖ୍ୟ ଶାସନ ସଚିବ ଓ ଫାଇଭ୍-ଟି ସଚିବଙ୍କ ପଶ୍ଚିମଓଡ଼ିଶା ଗସ୍ତ

ସତ୍ୟଶିଖା ୦୩/୦୨/୨୦୨୧ : ପର୍ଯ୍ୟଟନ କ୍ଷେତ୍ରକୁ ସରକାରଙ୍କ ଫୋକସ୍ । ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଉନ୍ନତି କରଣ କରିବା ପାଇଁ ଅଣ୍ଟା ଭଡ଼ିଛନ୍ତି ରାଜ୍ୟ ସରକାର । ତେଣୁ ପୁଣିଥରେ ମୁଖ୍ୟ ଶାସନ ସଚିବ ଏବଂ ଫାଇଭ୍ ଟି ସଚିବଙ୍କ ପଶ୍ଚିମ ଓଡ଼ିଶା ଗସ୍ତ । ଏଥର ଫୋକସରେ ଅଛି ବରଗଡ ଓ ବଲାଙ୍ଗିର ଜିଲ୍ଲା । ତେବେ ଏହି ଗସ୍ତ କାଳରେ ବଲାଙ୍ଗିରର ନୃସିଂହନାଥ ମନ୍ଦିର ଓ ହରିଶଙ୍କର ମନ୍ଦିରର ବିକାଶ କାର୍ଯ୍ୟର ସମୀକ୍ଷା କରାଯିବ । ସେହିପରି ସୁକତେଲ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଏବଂ ଫାଇଭ୍ ଟି ସଚିବ । ଏହି ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ସଚିବ ଭିନିଲ କ୍ରିଷ୍ଣା, ଅନୁ ଗର୍ଗ ମଧ୍ୟ ସାମିଲ ଅଛନ୍ତି ।

Show More
Back to top button