ଦେଶ

ସାଧୁଙ୍କ ସ୍ୱାଗତ ପାଇଁ ସାମାଜିକ ଦୂରତାର ଧଜିଆ ଉଡ଼ିଲା

ଭୋପାଲ: ମହମାରୀ କରୋନା ଭାଇରସର ପ୍ରମୁଖ ଅସ୍ତ୍ର କୁହାଯାଉଥିବା ସାମାଜିକ ଦୂରତାକୁ ବିଜେପି କ୍ଷମତାସୀନ ମଧ୍ୟପ୍ରଦେଶରେ ଫୁ’ କରିଦିଆଯାଇଛି। ଜଣେ ଜୈନ ଧର୍ମର ସାଧୁଙ୍କ ସ୍ୱାଗତ ପାଇଁ ହଜାର ହଜାର ଲୋକ ଏକାଠି ହୋଇ ତାଙ୍କୁ ସ୍ୱାଗତ କରିଛନ୍ତି। ସ୍ୱାଗତ ସମୟରେ କେହି ବି ସାମାଜିକ ଦୂରତା ନିୟମ ପାଳନ କରି ନଥିଲେ।

ସାଧୁଙ୍କୁ ଦେଖିବା ପାଇଁ ଲୋକମାନେ ପରସ୍ପରକୁ ଧକ୍କା ଦେଇ ଆଗକୁ ବଢ଼ିଥିଲେ। ଏହି ଭିଡ଼କୁ ଦେଖି ଲାଗୁଥିଲା ଯେ ସତେ ଯେମିତି ଏଠି କରୋନାର କୌଣସି ପ୍ରଭାବ ହିଁ ନାହିଁ।

ଆହୁରି ପଢ଼ନ୍ତୁ

କରୋନା ଯୋଗୁ କ୍ଷତିଗ୍ରସ୍ତ ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ ଅନ୍ୟତମ। ଏଠାରେ ୩,୯୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୨୫ ଜଣ ପ୍ରାଣ ହରାଇଛନ୍ତି। ସାମାଜିକ ଦୂରତା ଦ୍ୱାରା କରୋନା ସଂକ୍ରମଣକୁ ରୋକିବାକୁ ପ୍ରୟାସ କରାଯାଉଛି। ହେଲେ ମଧ୍ୟପ୍ରଦେଶରେ ଏହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି।

ମଙ୍ଗଳବାର ମଧ୍ୟପ୍ରଦେଶର ବଣ୍ଡାକୁ ସାଧୁ ପ୍ରମାନସାଗର ଓ ତାଙ୍କ ସହଯୋଗୀମାନେ ଆସିଥିଲେ। ଏହି ସାଧୁମାନଙ୍କ ସ୍ୱାଗତ ପାଇଁ ଶହଶହ ପୁରୁଷ ଓ ମହିଳା ଏକାଠି ହୋଇଥିଲେ। ଏହି ଲୋକମାନେ ସାଧୁଙ୍କୁ ଘେରିଯାଇ, ତାଙ୍କୁ ପ୍ରମାଣ କରିବାରେ ଲାଗିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସାମାଜିକ ଦୂରତା ଉଲ୍ଲଙ୍ଘନ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ଅତିରିକ୍ତ ଏସପି କହିଛନ୍ତି, “ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାମାଜିକ ଦୂରତା ନିୟମ ସହ ଲୋକମାନେ ୧୪୪ ଧାରାକୁ ଉଲ୍ଲଙ୍ଘନ କରିଛନ୍ତି।

[ad_2]
Show More
Back to top button