ଜୀବନମନ୍ତ୍ର

ଭାଗ୍ୟଶାଳୀ ହୋଇଥାଆନ୍ତି ଏହି ଲକ୍ଷଣ ଥିବା ଯୁବତୀ

ବିବାହ ପରେ ଚମକେ ଜୀବନସାଥୀଙ୍କ ଭାଗ୍ୟ

ସତ୍ୟଶିଖା(ଭୁବନେଶ୍ୱର )୨୫.୧୧.୨୦୨୨:  

ବିବାହ ପରେ ଅନେକଙ୍କୁ ସଫଳତା ମିଳିବା ଅଧିକ ଆରମ୍ଭ ହୋଇଥାଏ । ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହୋଇଥାଏ । ସମୁଦ୍ର ଶାସ୍ତ୍ର ଅନୁଯାୟୀ, କିଛି ଏଭଳି ଶୁଭ ଚିହ୍ନ ରହିଛି,ଯାହା ଜୀବନସାଥୀଙ୍କ ନିକଟରେ ଥିଲେ ଭାଗ୍ୟରେ ସୁପରିବର୍ତ୍ତନ ଆସିଥାଏ ବୋଲି ମାନ୍ୟତା ରହିଛି । ପରିବାର ପାଇଁ ମଧ୍ୟ ଶୁଭଙ୍କର ହୋଇଥାଏ । ଜାଣନ୍ତୁ..
ମାନ୍ୟତା ଅନୁଯାୟୀ, କୌଣସି ମହିଳା କିମ୍ବା ଯୁବତୀଙ୍କର ବେକ ୪ ଆଙ୍ଗଠି ବ୍ୟବଧାନରେ ଲମ୍ବା ରହିଲେ, ଏହାସହ ୩ଟି ରେଖା ଦେଖାଗଲେ ଏମାନଙ୍କୁ ଭାଗ୍ୟଶାଳୀ କୁହାଯାଏ । ଏମାନେ ଖୁବ ପରିଶ୍ରମୀ ମଧ୍ୟ । ଧନସମ୍ପତ୍ତିର ଅଭାବ ହୋଇନଥାଏ ।
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ମହିଳା କିମ୍ବା ଯୁବତୀଙ୍କର ଦାନ୍ତ ଅଧିକ ଧଳା,ଚମକ ଭଳି ରହିଥାଏ, ସେମାନଙ୍କୁ ମଧ୍ୟ ଭାଗ୍ୟଶାଳୀ କୁହାଯାଏ । ଏଭଳି ଯୁବତୀ ବିବାହ ପରେ ସେମାନଙ୍କ ଜୀବନସାଥୀଙ୍କ ଜୀବନରେ ଖୁସି ଭରି ଯାଏ । ଅନେକ ସମସ୍ୟା ଦୂର ହେବା ସହ ପରିବାର ସଦସ୍ୟଙ୍କ ସହ ସୁଖରେ ଦିନ ବିତିଥାଏ ।
କୌଣସି ଯୁବତୀ ଅଥବା ମହିଳାଙ୍କ ପାଦରେ ତ୍ରିକୋଣ ଚିହ୍ନ ଥିଲେ, ଏମାନଙ୍କୁ ମଧ୍ୟ ଭାଗ୍ୟଶାଳୀ କୁହାଯାଏ । ଶାଶୁଘର ଓ ଜୀବନସାଥୀଙ୍କ ପାଇଁ ଏମାନେ ଖୁବ ଭାଗ୍ୟଶାଳୀ । ସମସ୍ତ ପରିସ୍ଥିତିରେ ମଧ୍ୟ ନିଜ ଜୀବନସାଥୀଙ୍କ ସହ ରହିଥାଆନ୍ତି । ମା’ଲକ୍ଷ୍ମୀଙ୍କ କୃପା ମଧ୍ୟ ଏମାନଙ୍କୁ ମିଳିଥାଏ ।
ମହିଳାଙ୍କ ନାଭି ନିକଟରେ କଳାଜାଇ କିମ୍ବା ଅନ୍ୟ କୌଣସି ଚିହ୍ନ ଥିଲେ, ଏମାନେ ମଧ୍ୟ ଭାଗ୍ୟଶାଳୀ ବୋଲି କୁହାଯାଏ । ଏମାନଙ୍କ ଜୀବନରେ ସୁଖଶାନ୍ତିର ଅଭାବ ହୋଇନଥାଏ । ଧନ ମଧ୍ୟ ଅଧିକ ସଞ୍ଚୟ କରିଥାଆନ୍ତି । ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିଥାଏ । ବିବାହ ପରେ ଏମାନଙ୍କ ଜୀବନସାଥୀଙ୍କ ଭାଗ୍ୟ ଖୁବ୍‍ ଚମକିଥାଏ ।

Show More
Back to top button