ସ୍ୱାସ୍ଥ୍ୟ

ହଜମ ପ୍ରକ୍ରିୟାକୁ ଉନ୍ନତ କରେ ସୋରିଷ ତେଲ ।

ସତ୍ୟଶିଖା ( ଭୁବନେଶ୍ୱର ) ୦୬ /୦୯ /୨୦୨୧: ସୋରିଷ ତେଲକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହିତ, ଏହା ସ୍ୱାସ୍ଥ୍ୟ  ପାଇଁ ମଧ୍ୟ ବହୁତ୍ ଲାଭଦାୟକ ଅଟେ । ସ୍ୱାସ୍ଥ୍ୟ  ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ସୋରିଷ ତେଲ । ଆସନ୍ତୁ ଜାଣିବା ସେ ସମ୍ପର୍କରେ । ସୋରିଷ ତେଲରେ ଭିଟାମିନ୍, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍, ଆଇରନ୍ ଇତ୍ୟାଦି ଔଷଧୀୟ ଗୁଣ ଭରପୂର ରହିଥାଏ ।-ପାଦରେ କ୍ଳାନ୍ତପଣ ଅନୁଭବ କରୁଥିଲେ,

-ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ସୋରିଷ ତେଲ ଲଗାଇ ମାଲିସ କରିବା ଦ୍ବାରା, ଆରାମ ଲାଗିଥାଏ । ଏବଂ ସୁସ୍ଥ ନିଦ ହୋଇଥାଏ ।

-ହଜମ ପ୍ରକ୍ରିୟାକୁ ଉନ୍ନତ କରେ ସୋରିଷ ତେଲ ।

– ଥଣ୍ଡାରୁ ମୁକ୍ତି ପାଇବା ପାଇଁ ସୋରିଷ ତେଲରେ ରସୁଣ ଫୁଟାଇ ଲଗାଇବା ଦ୍ବାରା , ଥଣ୍ଡା ସମସ୍ୟା କମ୍ ହୋଇଥାଏ ।

– ଶରୀରରେ ଅତିରିକ୍ତ ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରେ ସୋରିଷ ତେଲ । ପ୍ରତିଦିନ ରାତିରେ ସୋରିଷ ତେଲରେ ପାଦକୁ ଘଷିବା ଦ୍ବାରା, ଲାଭପ୍ରଦ ହୋଇଥାଏ ।

-ଶରୀରରେ ସୋରିଷ ତେଲ ଲଗାଇବା ଦ୍ୱାରା ମାଂସପେଶୀ ଓ ହାଡ଼ ଶକ୍ତିଶାଳୀ  ହୋଇଥାଏ ।

– ଗଣ୍ଠି ବିନ୍ଧା ଯନ୍ତ୍ରଣା ଦୂର କରେ ସୋରିଷ ତେଲ । ପ୍ରତିଦିନ ଏହାକୁ  ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇ ମାଲିସ କରିବା ଦ୍ବାରା, ଆରାମ୍ ଲାଗିଥାଏ ।

Show More
Back to top button