ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ପ୍ରଥମ ଦିନରେ ବୁଷ୍ଟର ଡୋଜ୍ ନେଲେ ୧୪୭ ଜଣ

ସତ୍ୟଶିଖା (ଭୁବନେଶ୍ୱର) ୧୧.୦୪.୨୦୨୨: ପ୍ରଥମ ଦିନରେ ରାଜ୍ୟରେ ଘରୋଇ ହସ୍ପିଟାଲରେ ୧୪୭ ଜଣ ନେଇଛନ୍ତି ବୁଷ୍ଟର ଡୋଜ୍ । କରୋନା ବିରୋଧୀ ଲଢେଇରେ ଆଉପାଦେ ଆଗେଇବା ସହ ରବିବାରଠାରୁ ଘରୋଇ ହସ୍ପିଟାଲରେ କରୋନାର ବୁଷ୍ଟର ଡୋଜ୍ ଦେବାକୁ ଘଷଣା କରିଥିଲେ କେନ୍ଦ୍ର ସରକାର । ୧୮ରୁ ୫୯ ବର୍ଷ ଯାଏଁ ବ୍ୟକ୍ତି କରୋନାର ତୃତୀୟ ଡୋଜ ଅର୍ଥାତ ବୁଷ୍ଟର ଡୋଜ୍ ଟିକା ନେଇପାରିବେ ବୋଲି କୁହାଯାଇଥିଲା । ଗତକାଲି ରବିବାର ଥିବାରୁ ରାଜ୍ୟରେ ମାତ୍ର ୧୪୭ଜଣ ବୁଷ୍ଟର ଡୋଜ୍ ନେଇଥିବା ଜଣାପଡିଛି ।

ଯଦିଓ ସରକାରୀ ଟିକାକେନ୍ଦ୍ରରେ ପୂର୍ବ ଭଳି ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କରୋନା ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ନାଗରିକଙ୍କ ଟିକାଦାନ ଜାରି ରହିଛି । ତେବେ ୧୮ ବର୍ଷରୁ ଉଦ୍ଧ୍ୱର୍ ନାଗରିକ ଟିକାଦାନ ଖର୍ଚ୍ଚ ୧୫୦ ଟଙ୍କା ସହ ୩୬୮ ଟଙ୍କା ଦେଇ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ନେଇଥିବା ଜଣାପଡିଛି । ତେବେ ଯେଉଁମାନେ କୋଭିସିଲ୍ଡର ୨ଟି ଡୋଜ୍ ନେଇଥିବେ ସେମାନେ କୋଭିସିଲ୍ଡ ଏବଂ କୋଭାକ୍ସିନର ୨ଟି ଡୋଜ୍ ନେଇଥିଲେ କୋଭାକ୍ସିନ ହିଁ ବୁଷ୍ଟର ଡୋଜ୍ ଆକାରରେ ନେଇପାରିବେ ।

ଏହାରି ଭିତରେ ପୂର୍ବରୁ ଟିକା କିଣି ରଖିଥିବା ଘରୋଇ ହସ୍ପିଟାଲଗୁଡିକୁ ବଡ ଆଶ୍ୱସ୍ତି ଦେଇଛି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । କମ୍ପାନି ମୁଖ୍ୟ ଆଦର ପୁନାୱାଲା କହିଛନ୍ତି ଯେଉଁମାନେ ଆଗୁଆ ଟିକା ଅଧିକ ଦାମରେ କିଣିଥିଲେ ସେମାନଙ୍କ କ୍ଷତି ଭରଣା ପାଇଁ କମ୍ପାନି ମାଗଣାରେ ଟିକା ଯୋଗାଇ ଦେବ । ପୂର୍ବରୁ ସମାନ ଧରଣର ଘୋଷଣା କରିଥିଲା ଭାରତ ବାୟୋଟେକ୍ । ଦେଶରେ ସିରମ ଇନଷ୍ଟିଚ୍ୟୁଟ କୋଭିସିଲ୍ଡ ଓ ଭାରତ ବାୟୋଟେକ କୋଭାକ୍ସିନ ଟିକା ଯୋଗାଇ ଦେଉଛନ୍ତି ।

Show More
Back to top button