ସ୍ୱାସ୍ଥ୍ୟ

ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ସନସ୍କ୍ରିନ୍‍

ସତ୍ୟଶିଖା( ଭୁବନେଶ୍ୱର )୦୫.୦୫.୨୦୨୨ : ଖରାଦିନେ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏହାସହ ମୁହଁରେ ନିୟମିତ ଭାବେ ସନସ୍କ୍ରିନ୍‍ ଲଗାଇବା ଦ୍ୱାରା ତ୍ୱଚାକୁ ଏହା ଖରାର କୁପ୍ରଭାବରୁ ରକ୍ଷା କରିଥାଏ। ସନସ୍କ୍ରିନ୍‍ ତ୍ୱଚାରେ ଏକ ପ୍ରକାର ସୁରକ୍ଷାର ସ୍ତର ତିଆରି କରିଥାଏ। ତେବେ ଜାଣନ୍ତୁ ଘରେ ଏହାକୁ କିପରି ସରଳ ଉପାୟରେ ପ୍ରସ୍ତୁତ କରିବେ।
୧କପରୁ କମ ଏଲୋବେରା ଜେଲ୍‍,୧ ଚାମଚ ନଡିଆ ତେଲ,ଇଚ୍ଛାନୁଯାୟୀ ଭିଟାମିନ ଇ କ୍ୟାପସୁଲ୍‍ର କିଛି ବୁନ୍ଦା ଏଥିରେ ମିଶାନ୍ତୁ।
ଏକ ପାତ୍ରରେ ସମସ୍ତ ଜିନିଷକୁ ଭଲ ଭାବେ ମିଶାଇ ଦିଅନ୍ତୁ।ଏହା ଗାଢା ହେବା ଯାଏଁ ଚାମଚରେ ଭଲ ଭାବେ ଫେଣ୍ଟନ୍ତୁ। ଏହାକୁ ଏକ ଡବା ମଧ୍ୟରେ ରଖି ଫ୍ରିଜରେ ରଖିପାରିବେ।
ଘରୁ ବାହାକୁ ଯିବା ପୂର୍ବରୁ ଏହାକୁ ମୁହଁରେ.ବେକରେ ଓ ହାତରେ ଲଗାନ୍ତୁ।

Show More
Back to top button