ଅପରାଧନ୍ୟୁଜ୍ରାଜ୍ୟ

‘ଚୌଦ୍ୱାର ଜେଲରେ କଏଦୀଙ୍କୁ ଦିଆଯିବ ଧନ୍ଦାମୂଳକ ତାଲିମ’

ସତ୍ୟଶିଖା( ଭୁବନେଶ୍ୱର )୦୪ .୦୭ . ୨୦୨୨: ଚୌଦ୍ୱାର ଜେଲରେ ଦଣ୍ଡ ଭୋଗୁଥିବା କଏଦୀଙ୍କର ଦକ୍ଷତା ବିକାଶ ପାଇଁ କାର୍ଯ୍ୟ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଚୌଦ୍ୱାର ମଣ୍ଡଳ କାରାଗାରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ସ୍କିଲ୍‌ ଡେଭଲପମେଣ୍ଟ ଅଥରିଟି ଚେୟାରମ୍ୟାନ ସୁବ୍ରତ ବାଗଚୀ ଯୋଗଦେଇ ଏହି ସୂଚନା ଦେଇଛନ୍ତି।

ଆଗାମୀ ଦିନରେ ଜେଲ ପରିସରରେ ବିଭିନ୍ନ ଧନ୍ଦାମୂଳକ ତାଲିମ ଦିଆଯିବ। ଏହାପରେ ସେମାନଙ୍କୁ ଯୋଗାଇ ଦିଆଯିବ କାମ। ବିଭିନ୍ନ କାର୍ଯ୍ୟରେ କଏଦୀମାନେ ସଂପୃକ୍ତ ରହିଲେ, ସେମାନଙ୍କ ମନ ପରିବର୍ତ୍ତନ ହେବା ସହ ଜେଲରୁ ବାହାରିଲା ପରେ ଅପରାଧ କମିବାରେ ଏହା ସାହାଯ୍ୟ କରିବ ବୋଲି କହିଛନ୍ତି ସୁବ୍ରତ ବାଗ୍‌ଚୀ।

ଏହି କାର୍ଯ୍ୟକ୍ରମରେ ଜେଲ୍ ଡିଜି ମନୋଜ ଛାବରା, ଜେଲ ଅଧୀକ୍ଷକ ପ୍ରଦୀପ୍ତ ବେହେରା, ଚୌଦ୍ୱାର ତହସିଲଦାର ଅଜୟ ମଲ୍ଲିକ ଓ ଚୌଦ୍ୱାର ପୁଲିସ ସାମିଲ ହୋଇଥିଲେ।
Show More
Back to top button