ଦେଶନ୍ୟୁଜ୍ବିଦେଶରାଜନୀତି

ବାରାକ ଓବାମାଙ୍କ ପୁସ୍ତକରେ କିଛି ନୂଆ କଥା !

ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୧୧/୨୦୨୦ : ବାରାକ ଓବାମାଙ୍କ ନୂଆ ପୁସ୍ତକ ‘ଏ ପ୍ରମିସ୍ଡ ଲ୍ୟାଣ୍ଡ୍’ ଏବେ ଚର୍ଚ୍ଚାରେ ରହିଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏହା ପୂର୍ବରୁ ମଧ୍ୟ ଅନେକ ପୁସ୍ତକ ଲେଖିଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ, ଓବାମା ଏହି ପୁସ୍ତକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାବଦରେ ମଧ୍ୟ ଉଲ୍ଲେଖ କରିଛନ୍ତି ।ରାହୁଲ ଗାନ୍ଧୀଙ୍କ ବାବଦରେ ଓବାମା ନିଜ ପୁସ୍ତକ ‘ଏ ପ୍ରମିସଡ୍ ଲ୍ୟାଣ୍ଡ’ରେ ଲେଖିଛନ୍ତି ଯେ, ରାହୁଲ ଜଣେ ନର୍ଭସ ଓ ଅପରିପକ୍ୱ ବ୍ୟକ୍ତି ।ଯେପରି ଜଣେ ଛାତ୍ର ନିଜର କୋର୍ସ ପୂରଣ କରିବା ପରେ ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଉତ୍ସୁକ ରହିଥାଏ । କିନ୍ତୁ ଏହି ଛାତ୍ର ପାଖରେ କୌଣସି ଜ୍ଞାନ ଆହରଣ ପାଇଁ ଯୋଗ୍ୟତା ଓ ଇଚ୍ଛାଶକ୍ତିର ଅଭାବ ରହିଥାଏ ।ମନମୋହନ ସିଂଙ୍କ ବାବଦରେ ଓବାମା ଲେଖିଛନ୍ତି ଯେ, ସେ ଅଗାଧ ନିଷ୍ଠା ରଖନ୍ତି । ଏହାସହ ଓବାମାଙ୍କ ପୁସ୍ତକରେ ଆମେରିକାର ଭାବି ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାବଦରେ ମଧ୍ୟ ଉଲ୍ଲେଖ ଅଛି । ନ୍ୟୁୟର୍କ ଟାଇମ୍ସର ପୁସ୍ତକ ସମୀକ୍ଷା ଅନୁସାରେ, ଓବାମା ଏହି ପୁସ୍ତକରେ ନିଜ ବ୍ୟକ୍ତିଗତ ଜୀବନ ଅପେକ୍ଷା ରାଜନୈତିକ ଜୀବନ ଉପରେ ବେଶୀ ଫୋକସ କରିଛନ୍ତି । ରାଜନୀତିରେ ନିଜର ଆରମ୍ଭ ପରଠୁ ଓସାମା ବିନ୍ ଲାଦେନକୁ ନିପାତ କରିବା ବାବଦରେ ପୁସ୍ତକେ ଉଲ୍ଲେଖ ରହିଛି ।

Show More
Back to top button