ଦେଶବିଦେଶ

ଜୁନ୍‍ ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ଉଡାଣ ବନ୍ଦ

ସତ୍ୟଶିଖା(ନୂଆଦିଲ୍ଲୀ) ୨୯.୦୫.୨୦୨୧:  କେନ୍ଦ୍ର ସରକାର କୋଭିଡର ଦ୍ୱିତୀୟ ଲହର ପରିସ୍ଥିତିରେ ଆନ୍ତର୍ଜାତିକ ବିମାନ ସେବା ଉପରେ ଜାରି କରିଥିବା କଟକଣାକୁ ଜୁନ୍‍ ୩୦ ଦାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ସେବା ଉପଲବ୍ଧ ହେବନାହିଁ। ତେବେ ସମସ୍ତ ପଣ୍ୟବାହୀ ବିମାନ ଚଳାଚଳ ଏବଂ ଡିଜିସିଏ ଦ୍ୱାରା ନିର୍ଦ୍ଦିଷ୍ଟ ଭାବରେ ଅନୁମତିପ୍ରାପ୍ତ ବିମାନ ସେବାକୁ ଏଥିରୁ ବାଦ୍‍ ଦିଆଯାଇଛି। ପୂର୍ବରୁ ୨୦୨୦ ମାର୍ଚ୍ଚ ୨୫ରେ ଦେଶରେ କୋଭିଡ ସଂକ୍ରମଣ ପରିପ୍ରେକ୍ଷୀରେ ବିମାନ ଯାତ୍ରୀସେବାକୁ ବନ୍ଦ କରିଦିଆଯାଇଥିଲା। ତେବେ ୨୦୨୦ ମଇ ୨୫ରୁ ଘରୋଇ ବିମାନ ସେବା ଆରମ୍ଭ ହୋଇଥିଲା।

Show More
Back to top button