ରାଜ୍ୟ

ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ

ଭୁବନେଶ୍ୱର(ସତ୍ୟଶିଖା): ମହାମାରୀ ‘କରୋନା’ ପାଇଁ ରାଜ୍ୟ ସରକାର ଆଗୁଆ ସମସ୍ତ ସ୍କୁଲ ବନ୍ଦ କରିଦେଇଥିଲେ। ତେବେ ସମଗ୍ର ଦେଶରେ ‘କରୋନା’ କାୟା ବିସ୍ତାର କରୁଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଥିଲେ। ଏପରିସ୍ଥିତିରେ ପିଲାମାନେ କେମିତି ପାଠ ପଢ଼ିବେ? ଯାହାକୁ ନେଇ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଚିନ୍ତାରେ ପଡ଼ି ଯାଇଥିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାସ୍‌ କରାଇଦେଇଥିଲେ। ଏବେ ସେମାନଙ୍କ ପାଖରେ ବହି ପହଞ୍ଚାଇବାର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

ଆହୁରି ପଢ଼ନ୍ତୁ

ସେ କହିଛନ୍ତି, ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବହି ବ୍ଲକ ଓ ସ୍କୁଲରେ ପହଞ୍ଚି ଯାଇଛି। ୨୫ ସୁଦ୍ଧା ପିଲାମାନଙ୍କ ପାଖରେ ବହି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପିଲାମାନେ ବହି ନେବାକୁ ସ୍କୁଲ ଆସିବେନି। ଶିକ୍ଷକମାନେ ସେମାନଙ୍କ ଘରେ ବହି ଦେଇ ଆସିବେ।”

ଅନ୍ୟପକ୍ଷରେ କରୋନା ଲକ୍‌ଡାଉନ୍‌ ଯୋଗୁ ଆଜି ପର୍ଯ୍ୟନ୍ତ ମ୍ୟାଟ୍ରିକ୍‌ ଖାତା ଆରମ୍ଭ ହୋଇନାହିଁ। ଯେଉଁଥିପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଯାହାର ଉତ୍ତର ଦେବାକୁ ଯାଇ ଶ୍ରୀ ଦାଶ କହିଛନ୍ତି, ମେ’ ୩ ତାରିଖ ପରେ ମ୍ୟାଟ୍ରିକ୍‌ ଖାତା ଦେଖା ଆରମ୍ଭ ହେବ।

[ad_2]
Show More
Back to top button