ଜୁନରେ ଗଡ଼ିବ ଏହି ସବୁ ଟ୍ରେନ୍


ନୂଆଦିଲ୍ଲୀ: ଆଗାମୀ ଦିନରେ ରେଳ ଧାରଣାରେ ଗଡ଼ିବ ଶତାବ୍ଦୀ, ଗରିବ ରଥ ଭଳି ଟ୍ରେନ୍। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପରେ ୨୦୦ଟି ନିୟମିତ ଟ୍ରେନ ଚଳାଚଳ କରିବାକୁ ଯାଉଛି। ଏ ନେଇ ରେଳ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ସୂଚନା ଦେଇଛନ୍ତି। ଅଧିକ ଟ୍ରେନ ଚଳାଇବା ପାଇଁ ଯାତ୍ରୀମାନେ ଦାବି କରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।
ରେଳ ମନ୍ତ୍ରଣାଳୟ ସମସ୍ତ ସ୍ପେଶାଲ ଟ୍ରେନଗୁଡିକର ଅଗ୍ରୀମ ସଂରକ୍ଷଣ ଅବଧି (ଏଆରପି)କୁ ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛି। ଏହି ସମସ୍ତ ୨୩୦ ଟ୍ରେନରେ ପାର୍ସଲ ଏବଂ ଲଗେଜ ବୁକିଂ ଅନୁମତି ଦିଆଯିବ । ଏହି ପରିବର୍ତ୍ତିତ ନିର୍ଦ୍ଦେଶନାମା ମେ’ ୩୧, ୨୦୨୦ ତାରିଖ ୦୮.୦୦ ଘଣ୍ଟା ଠାରୁ କାର୍ଯ୍ୟକାରୀ ହେବ । ଅନ୍ୟାନ୍ୟ ସର୍ତ୍ତାବଳୀ ଯେପରିକି, ଚଳିତ ବୁକିଂ, ସଡକ ପାର୍ଶ୍ୱ ଷ୍ଟେସନଗୁଡିକରେ ତତ୍କାଳ କୋଟା ଆବଣ୍ଟନ ନିୟମ ଇତ୍ୟାଦି ନିୟମିତ ସମୟ ସାରଣୀ ଟ୍ରେନ ସହ ସମାନ ରହିବ।
ଆହୁରି ପଢ଼ନ୍ତୁ
ଏହାପୂର୍ବରୁ ମେ’୧୨ରୁ ୩୦ଟି ସ୍ପେଶାଲ ଟ୍ରେନ୍ ଚାଲିଛି। ଏହି ଟ୍ରେନରେ ଲକଡାଉନ୍ ପାଇଁ ଅଟକି ହୋଇ ରହିଥିବା ପ୍ରବାସୀ ଶ୍ରମିକ ଘରକୁ ଫେରୁଛନ୍ତି।
ମେ’୩୧ରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେଉଛି। ପଞ୍ଚମ ପର୍ଯ୍ୟାୟରେ ଦେଶରେ ୧୩ କରୋନା ପ୍ରଭାବିତ ସହର ମୁମ୍ୱାଇ, ଚେନ୍ନାଇ, ଦିଲ୍ଲୀ, ଅହମଦାବାଦ, ଥାନେ, ପୁଣେ, ହାଇଦ୍ରାବାଦ, କୋଲକାତା, ହାଓ୍ୱଡ଼ା, ଇନ୍ଦୋର, ଜୟପୁର, ଯୋଧପୁର, ତାମିଲନାଡୁର ଚେନଗଲପଟ୍ଟୁ ଏବଂ ଥୀରୁଭଲ୍ଲୁରରେ କଟକଣା ଲଗାଯାଇ ଅର୍ଥନୀତି ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ଯୋଜନା କରୁଥିବା ସୂଚନା ରହିଛି।