ରାଜ୍ୟ

ଚୋରି କରିନେଲେ ପିଡିଏସ୍‌ ଚାଉଳ | Satyasikha

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କରୋନା ଲାଗି ସବୁଆଡ଼େ ଲକ୍‌ଡାଉନ ଚାଲିଛି। ଏହାର ସୁଯୋଗ ନେଇ ନେଇ କିଛି ଦୃର୍ବୃତ୍ତ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ରଖାଯାଇଥିବା ପିଡିଏସ୍‌ ଚାଉଳ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଚାରିଜଣଙ୍କୁ ଗିରଫ କରିଛି। ଏଭଳି ଘଟଣା ରାଉରକେଲାର ରେଳବାଇ କଲୋନୀରେ ଘଟିଛି।

ଆହୁରି ପଢ଼ନ୍ତୁ

ମିଳିଥିବା ସୂଚନା ଅନୁସାରେ, ଗରିବ ଲୋକଙ୍କୁ ବାଣ୍ଟିବାକୁ SER Cooperative Socity ୧୫୫ ବସ୍ତା ଚାଉଳ ରେଳବାଇ କଲୋନୀର ଥିବା ଏକ ଷ୍ଟୋରରେ ରଖିଥିଲା଼ । ଗତକାଲି ରାତିରେ ଦୃର୍ବୃତ୍ତମାନେ ଗୋଦାମର ସଟର ଭାଙ୍ଗି ୨୪ ବସ୍ତା ଚାଉଳ ନେଇ ଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପ୍ଲାଣ୍ଟ ସାଇଟ ଥାନା ପୁଲିସ ତଦନ୍ତ କରି ଚାରିଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୦ ବସ୍ତା ଚାଉଳ ଜବତ କରିଛି। ଏହି ଘଟଣାରେ ଜଡ଼ିତ ଅନ୍ୟମାନଙ୍କୁ ପୁଲିସ୍ ଖୋଜୁଛି।

ଲକ୍‌ଡାଉନ୍ ଥିବାରୁ ଆଗକୁ ଚାଉଳ ମିଳିବା ସମ୍ଭାବନା ନଥିବାରୁ ଯୁବକ ମାନେ ଚାଉଳ ଚୋରି କରିଥିବା ପୁଲିସ୍ ନିକଟରେ ସ୍ୱୀକାର କରିଛନ୍ତି।

[ad_2]
Show More
Back to top button