ଦେଶନ୍ୟୁଜ୍ବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟ

ଭାରତ-ଚୀନ୍ ମଧ୍ୟରେ ଆଜି ସୈନ୍ୟ ବାର୍ତ୍ତା l

ସତ୍ୟଶିଖା (ନୂଆଦିଲ୍ଲୀ) ୧୨.୧୦.୨୦୨୦ : ଭାରତ ଏବଂ ଚୀନ୍ ମଧ୍ୟରେ ସପ୍ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ହେବ । ଅକ୍ଟୋବର ୧୨ ମାନେ ଆଜି ଏହି ବୈଠକ ବସିବ । ପୂର୍ବ ଲଦାଖର ବିବାଦୀୟ ସ୍ଥାନରୁ ସୈନ୍ୟମାନଙ୍କୁ ସମ୍ପୂର୍ଣ୍ଣ ସ୍ଥାନାନ୍ତର ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ରହିଛି । ସୂତ୍ରଅନୁସାରେ, ଆଲୋଚନା ସମୟରେ ତୃଣମୂଳ ସ୍ତରରେ ସ୍ଥିରତା ବଜାୟ ରଖିବା ଏବଂ ଏହି ଅଞ୍ଚଳରେ ଉତ୍ତେଜନାକୁ ଏଡାଇବା ପାଇଁ ଉଭୟ ପକ୍ଷ ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ସୂତ୍ର ଅନୁଯାୟୀ, ଆଲୋଚନା ସମୟରେ ଭାରତୀୟ ପ୍ରତିନିଧୀ ମଧ୍ୟରେ ସେନାର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ପ୍ରତିନିଧୀଙ୍କ ଅଂଶ ହୋଇପାରନ୍ତି । ଲେଫ୍ଟନାଣ୍ଟ ଜେନେରାଲ ପିଜି କେ ମେନନ୍ ମଧ୍ୟ ସପ୍ତମ ସ୍ତରୀୟ ସାମରିକ ଆଲୋଚନାରେ ଭାରତୀୟ ପ୍ରତିନିଧୀଙ୍କ ସହ ଅଂଶ ହେବେ ।ସେପ୍ଟେମ୍ବର ୨୧ରେ ଅନୁଷ୍ଠିତ ହୋଇଥିବା ଶେଷ ପର୍ଯ୍ୟାୟ ସାମରିକ ସ୍ତରୀୟ ଆଲୋଚନା ପରେ ଉଭୟ ପକ୍ଷ କିଛି ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି । ଯେଉଁଥିରେ କି ବିବାଦୀୟ ସ୍ଥଳରୁ ଅଧିକ ସୈନ୍ୟ ପଠାଯିବ ନାହିଁ ବୋଲି ସହମତ ହୋଇଥିଲେ  । ଆଗକୁ ଏକପାଖିଆ ଭାବରେ ବିବାଦୀୟ ସ୍ଥଳର ସ୍ଥିତିକୁ ବଦଳାଇବେ ନାହିଁ । କି ଏପରି କାର୍ଯ୍ୟ କରିବାକୁ ନିବୃତ୍ତ ରହିବେ । ସୀମାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦର ସମାଧାନ ପାଇଁ ପାଞ୍ଚ ପଏଣ୍ଟ ବିଶିଷ୍ଟ ଦ୍ୱିପାକ୍ଷିକ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା । ୧୦ ସେପ୍ଟେମ୍ବରରେ ମସ୍କୋରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଉଭୟ ଦେଶର ବୈଦେଶିକଙ୍କ ମଧ୍ୟରେ ସହମିତ ହୋଇଥିଲା ।

Show More
Back to top button