ଧର୍ମନ୍ୟୁଜ୍

ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର l

ସତ୍ୟଶିଖା ୦୪/୦୮/୨୦୨୫: ଆଜିର ଦିନରେ ପୁରୀର ପ୍ରସିଦ୍ଧ ଲୋକନାଥଙ୍କ ମନ୍ଦିରରେ ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଭିଡ ଜମିଛି । ରାଜ୍ୟର କୋଣ ଅନୁକୋଣରୁ କାଉଡ଼ିଆ ଭକ୍ତ ମାନେ ଜଳଲାଗି ସହ ନିଜର ମନୋସ୍କାମନା ପୂରଣ ପାଇଁ ପ୍ରଭୁ ଲୋକନାଥଙ୍କ ପୀଠକୁ ଆସିଛନ୍ତି । ତେବେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଧ୍ୟରାତ୍ରରୁ ମନ୍ଦିରର ଦ୍ୱାର ଫିଟା ପରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତିକାନ୍ତି ବଢିବା ପରେ କାଉଡ଼ିଆ ଭକ୍ତମାନେ ଜଳ ଲାଗି ଆରମ୍ଭ କରିଛନ୍ତି।

ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ମାନେ ଧାଡ଼ି ବାନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ପ୍ରଭୁ ଲୋକନାଥଙ୍କୁ ଜଳ ଲାଗି କରୁଛନ୍ତି । ଜଳଲାଗି କରୁଥିବା ଭକ୍ତଙ୍କ ପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି । ସେହିପରି ମନ୍ଦିର ଭିତରେ ଓ ବାହାରେ ଯେଭଳି କୌଣସି ବିଶୃଙ୍ଖଳା ନହୁଏ ସେନେଇ ପ୍ରଶାସନ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି।

Show More
Back to top button