ନ୍ୟୁଜ୍

ବନ୍ୟାରେ ବୁଡିଲା ବାଙ୍କୀର ଅଂଶୁପା ପାର୍କ l

ସତ୍ୟଶିଖା ୩୦ .୦୮.୨୦୨୦ : ବନ୍ୟାରେ ବୁଡିଲା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଅଂଶୁପା ପାର୍କ । ପାର୍କ ଉପରେ ପ୍ରବାହିତ ହେଉଛି ୧୦ ଫୁଟର ବନ୍ୟାଜଳ । ଏଠାରେ ନିର୍ମିତ ହୋଇଥିବା ଦୁଇ ମହଲା ବିଶିଷ୍ଟ ଅତିଥି ବିଶ୍ରାମାଗାରର ଏକ ମହଲା ସଂପୂର୍ଣ୍ଣ ବୁଡିଯାଇଛି । ପିଲାଙ୍କ ପାଇଁ ନିର୍ମିତ ହୋଇଥିବା ପାର୍କ ମଧ୍ୟ ସଂପୂର୍ଣ୍ଣ ବୁଡିଯାଇଛି ।

ତେବେ ମହାନଦୀରେ ବନ୍ୟା ଆସିବା ପରଠାରୁ ଅନେକ ତଳିଆ ଅଂଚଳରେ ପାଣି ପସିଛି । ମୁଖ୍ୟ ରାସ୍ତା ଗୁଡିକରେ ପାଣି ପସିଥିବାରୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଉଛି । ଗାଁ ଗାଁରେ ପସିଲାଣି ବନ୍ୟା ପାଣି । ତେବେ ମହାନଦୀ ଉପରମୁଣ୍ଡରେ ଆହୁରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯାହାକୁ ନେଇ ଚିନ୍ତାରେ ତଳିଆ ଲୋକେ ।

 

 

Show More
Back to top button