Uncategorizedନ୍ୟୁଜ୍
ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅନୁରୋଧ ପରେ ଗଡ଼ିଲା ବସ୍


ସତ୍ୟଶିଖା (ଭୁବନେଶ୍ୱର ) ୨୧.୧୦.୨୦୨୩ : ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅନୁରୋଧ ପରେ ଗଡ଼ିଲା ବସ୍ । ୩୧ ତାରିଖ ଯାଏ ବସ୍ ଧର୍ମଘଟକୁ ସ୍ଥଗିତ ରଖିବା ଲାଗି ଘରୋଇ ବସ୍ ମାଲିକ ସଂଘ ଘୋଷଣା କରିଛି । ବିଭିନ୍ନ ସ୍ଥାନରୁ ଦୂରଗାମୀ ବସ୍ଗୁଡ଼ିକ ଯାତ୍ରା ଆରମ୍ଭ କରିଦେଇଛନ୍ତି। ପାର୍ବଣ ବେଳେ ଦିନତମାମ କଲବଲ ହେବା ପରେ ରାତିରେ ମିଳିଥିଲା ଆଶ୍ବସ୍ତି । ତେବେ ଆସନ୍ତା ୨୬ ତାରିଖରେ ଏନେଇ ଆଲୋଚନା ହେବ । ଏହି ନିଷ୍ପତ୍ତିକୁ ଅପେକ୍ଷା କରିଛି ସଂଘ । ଏହାସହ ଯାତ୍ରୀଙ୍କ ଅସୁବିଧା ଲାଗି କ୍ଷମା ମାଗିଛନ୍ତି ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ।